Latest Odisha News

ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ…ଧ୍ୱଂସ ସ୍ତପ ଭିତରେ ମରି ଶୋଇଛି ମା’, ସ୍ତନ୍ୟପାନ କରି ଚାଲିଛି ମାସକର ଶିଶୁ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧକ୍ଷେତ୍ରରୁ ଆସୁଛି ଭୟଙ୍କର ଦୃଶ୍ୟ । ଶୁଣିଲେ ଆଖି ଓଦା ହୋଇଯିବ ।  ଶ୍ୱାସରୁଦ୍ଧ ହୋଇଯିବ । ଯୁଦ୍ଧର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଇସ୍ରାଏଲ-ପାଲେଷ୍ଟାଇନର ମାଟ ଆଉ ଆକାଶ ହିଁ କହିବ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ଦେଶର ଆକ୍ରମଣରେ ବଳି ପଡୁଛନ୍ତି ସାଧାରଣ ଜନତା । ଶହଶହ ଲୋକଙ୍କ ଜୀବନ ଚାଲିଯାଉଛି । ହେଲେ ଯେଉଁମାନେ ରହି ଯାଉଛନ୍ତି ସେମାନଙ୍କର ଦୁଃଖ ଆଉ ଯନ୍ତ୍ରଣା ମୃତ୍ୟୁଠାରୁ ବି ଭୟଙ୍କର ।

ଗାଜାରେ ବିରାଟ ବିରାଟ ଘର ଭୁଶୁଡି ମାଟିରେ ମିଶି ଯାଇଛି । ତାଭିତରେ ରହି ଯାଇଛନ୍ତି ଅନେକ ଲୋକ । ଉଦ୍ଧାରକାର ଟିମ ଏହି ଧ୍ୱଂସସ୍ତୁପ ମଧ୍ୟରୁ ମୃତ ଶରୀରକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହି ଭଗ୍ନସ୍ତୁପ ମଧ୍ୟରୁ ଯେପରି ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି ।

ଇସ୍ରାଏଲ ଆକ୍ରମଣରେ ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜା ସହର ଯେମିତି ଶ୍ମଶାନରେ ପରିଣତ ହୋଇଛି । ଚାରିଆଡ କେବଳ ଧ୍ୱଂସସ୍ତୁପ ଏବଂ ଧୂଆଁମୟ ହୋଇଥିବା ଦେଖିବାକୁ ମିଳିଛି।ନିକଟରେ  ଗାଜାରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିବା ଏକ କୋଠା ଭିତରୁ ଜୀବନକୁ ଖୋଜୁଥିଲେ ଉଦ୍ଧାରକାରୀ ଟିମ । ହେଲେ ସେହି ଭଗ୍ନସ୍ତୁପ ଭିତରୁ ଯେଉଁ ଦୃଶ୍ୟ ଦେଖିଲେ ସେମାନେ ନିଜ କୋହକୁ ସମ୍ଭାଳି ପାରିଲନି । ଭୋ..ଭୋ କାନ୍ଦି ଉଠିଲେ ଉଦ୍ଧାରକାରୀ ଟିମ ।

ଏହି ଧ୍ୱଂସ ସ୍ତପ ତଳୁ ସେମାନେ ଉଦ୍ଧାର କରିଥିଲେ ଏକମାସର ଶଶୁକୁ । ଶିଶୁଟି ପାଖରେ ଶୋଇଛି ତାର ମା’ । ହେଲେ ମା’ ମରି ଯାଇଛି । ଛୋଟ ଶିଶୁଟି ମୃତା ମା’ର ସ୍ତନ୍ୟରୁ କ୍ଷୀର ଖଉଛି । ଇସ୍ରାଏଲର ଆକ୍ରମଣରେ୧୪ ଶହ ପାଲେଷ୍ଟିଇନ ନାଗରିକଙ୍କ ମୃତ୍ୟୁ ଘଟିଲାଣି । ଅହମଦ ନାମକ ଜଣେ ବ୍ୟକ୍ତି କହିଛନ୍ତି, ସେ ଘରକୁ ଫେରି ଦେଖିଲେ ତାଙ୍କର ତିନି ମହଲା ଘର ଭୁଶୁଡି ପଡିଛି । ଘର ଭିତରେ ତାଙ୍କର ଭଉଣୀ ଓ ଛୋଟ ଭଣଜା ଥିଲେ ।

ଉଦ୍ଧାରକାରୀ ଟିମକୁ ପୁରା ତିନିଘଣ୍ଟା ଲାଗିଥିଲା ଏହି ଘର ଭିତରୁ ମା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ  ।ଘର ଭୁଶୁଡିବା ସମୟରେ ବୋଧହୁଏ ଶିଶୁକୁ ସ୍ତନ୍ୟପାନ କରାଉଥିଲେ । ତେଣୁ ଶିଶୁଟି ସେମିତି କ୍ଷୀର ପିଇ ଚାଲିଥିଲା ମୃତା ମା’ଠାରୁ । ତେବେ ଶିଶୁଟି ଯେମିତି ବଞ୍ଚି ଯାଇଛି ତାହା ଏକ ଚମତ୍କାର ଥିଲା ବୋଲି କହିଛନ୍ତି ଉଦ୍ଧାରକାରୀ ଟିମ ।

Leave A Reply

Your email address will not be published.