Latest Odisha News

BREAKING NEWS

ମାଲକାନଗିରିରେ ବଢୁଛି କରୋନା ସଂକ୍ରମଣ; ୨୪ ପଜିଟିଭ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

 

ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ମାଲକାନଗିରି ମୁନିସିପାଲିଟି, ଜଣେ ବାଲିମେଳା ଏନଏସି, ୩ ଚିତ୍ରକୋଣ୍ଡା ବ୍ଲକ୍ ଓ ଜଣେ କୁରୁକୋଣ୍ଡା ବ୍ଲକର ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୫୯୦ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୪୨ ସକି୍ରୟ ମାମଲା ରହିଥିବା ବେଳେ ମୋଟ୍ ୩୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୨ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.