Latest Odisha News

BREAKING NEWS

ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ କଥାରେ ଆତ୍ମସମର୍ପଣ କଲେ ନକ୍ସଲ ମଲ୍ଲା

ଦାନ୍ତେୱାଡ: ରାକ୍ଷୀର ମହତ ରଖିଲା ଦୁର୍ଦ୍ଦାନ୍ତ ନକ୍ସଲ ମଲ୍ଲା । ଭଉଣୀ କଥାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମଲ୍ଲା । ୧୨ ବର୍ଷ ତଳେ କକା କଥାରେ ବନ୍ଧୁକ ଧରିଥିବା ଏହତ ନକ୍ସଲ ଯେ, ମୁଖ୍ୟ ସ୍ରୋତକୁ ଫେରିବ ତାହା କେହି ଭାବି ନ ଥିଲେ । ରାକ୍ଷୀ ବାନ୍ଧିବା ପାଇଁ ମଲ୍ଲା ଭଉଣୀ ଲିଙ୍ଗେ ପାଖକୁ ଆସିଥିଲା । ଭଉଣୀ ସର୍ତ ରଖିଥିଲା ତୁମେ ଯଦି ଆତ୍ମସମର୍ପଣ କରିବ ତାହାହେଲେ ମୁଁ ରାକ୍ଷୀ ବାନ୍ଧିିବି ।

ବହୁତ ଭାବିବା ପରେ ଶେଷରେ ମଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ଏବଂ ଲିଙ୍ଗେ ଥାନାରେ ଭାଇକୁ ରାକ୍ଷୀ ପିନ୍ଧାଇଥିଲା । ମୋ ଭାଇ ପୋଲିସ ଗୁଳିରେ ନ ମରୁ ଏହା ମୋର ଇଚ୍ଛା ଥିଲା ବୋଲି ଲିଙ୍ଗେ କହିଛନ୍ତି । ମଲ୍ଲା ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

Leave A Reply

Your email address will not be published.