Latest Odisha News

BREAKING NEWS

ଯଦି ନିର୍ଦ୍ଦୋଷ ତାହେଲେ ଆଗକୁ ଆସନ୍ତୁ ରିୟା: ବିହାର ଡିଜିପି

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଅନୁରୋଧ କରିଛନ୍ତି ବିହାର ପୋଲିସ ।

“ଯଦି ରିୟା କିଛି ଭୁଲ୍ କରି ନାହାଁନ୍ତି ଆଉ ନିର୍ଦ୍ଦୋଷ, ତାହେଲେ ସେ ଆଗକୁ ଆସନ୍ତୁ ଏବଂ ତଦନ୍ତରେ ସହଯୋଗ କରନ୍ତୁ ବୋଲି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

ଏପରିକି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ କ’ଣ ପାଇଁ ଲୁଚୁଛନ୍ତି” ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ପଇସା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ । ସେବେଠାରୁ ବିହାର ପୋଲିସ ମୁମ୍ବାଇରେ ଡେରା ପକାଇଛି ।

ଏପରିକି ମନି ଲଣ୍ଡରିଂ ନେଇ ଇଡି ପକ୍ଷରୁ ଖୋଳତାଡ ମଧ୍ୟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.