Latest Odisha News

ସାବାସ ମହାଶ୍ୱେତା: ୟୁକ୍ରେନରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଆଣିଛନ୍ତି ୨୪ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଘନଘଟା ଭିତରେ ହଜାର ହଜାର ଭାରତୀୟ ସୁରକ୍ଷିତ ଭାବରେ ସ୍ୱଦେଶ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ଅଭିଯାନରେ ସେମାନେ ଭାରତ ଫେରିଛନ୍ତି । ଏହି ଅଭିଯାନରେ ସାମିଲ ଥିବା କୋଲକାତାର ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ୮୦୦ ଭାରତୀୟଙ୍କୁ ସେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିଛନ୍ତି ।

ମହାଶ୍ୱେତା ପେଶାରେ ଜଣେ ପାଇଲଟ୍ । ୟୁକ୍ରେନରେ ଫସିଥିବା ୮୦୦ ଭାରତୀୟଙ୍କୁ ୬ଟି ବିମାନରେ ସେ ସ୍ୱଦେଶ ଫେରାଇ ଆଣିଛନ୍ତି । ଅପରେସନ୍ ଗଙ୍ଗାରେ ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୭ ତାରିଖ ଭିତରେ ସେ ଉଡ଼ାଇଛନ୍ତି ୬ଟି ବିମାନ ।

ପୋଲାଣ୍ଡରୁ ୪ଟି ଓ ହଙ୍ଗେରୀରୁ ୨ଟି ବିମାନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଜନ୍ମମାଟିରେ ଅବତରଣ କରାଇଛନ୍ତି ମହାଶ୍ୱେତା ଚକ୍ରବର୍ତ୍ତୀ । ଦିନକୁ ୧୩-୧୪ ଘଣ୍ଟା ବିମାନ ଉଡ଼ାଉଥିଲେ । ସେ ହେଉଛନ୍ତି ପଶ୍ଚିମବଙ୍ଗ ମହିଳା ମୋର୍ଚ୍ଚାର ସଭାପତି ତନୁଜା ଚକ୍ରବର୍ତ୍ତୀଙ୍କ ଝିଅ ।

ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଉଡାନ ଏକାଡେମୀରୁ ସ୍ନାତକ ପାସ କରିଛନ୍ତି । ୪ ବର୍ଷ ହେବ ଘରୋଇ ବିମାନ ଉଡ଼ାଉଛନ୍ତି । କୋଭିଡ୍ ବେଳେ କେନ୍ଦ୍ର ସରକାର କରିଥିବା ବନ୍ଦେ ଭାରତ ମିଶନରେ ଭାରତୀୟଙ୍କୁ ବିଦେଶରୁ ଆଣିବାରେ ସେ ସଦସ୍ୟ ଥିଲେ ।

Comments are closed.