Latest Odisha News

BREAKING NEWS

ପୌର ନିର୍ବାଚନ : ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା । ୧୦୬ ଟି ମ୍ୟୁନିସପାଲଟି ,ଏନଏସି ଓ ୩ ଟି ମହାନଗର ନିଗମ ଭୁବନେଶ୍ୱର , କଟକ ଓ ବ୍ରହ୍ମପୁର ପାଇଁ ଆଜି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୭ ତାରିଖ ଦିନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିଲା ।୯ ତାରିଖରେ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଥିଲା । ହେଲେ ଆଜି ପୁଣି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ।

ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଚୁଡାନ୍ତ ତାଲିକା । ଆଜି ଦିନ ୩ ଟା ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅନେକ ଆଶୀୟୀ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଥିଲେ । ଏହା ଭିତରେ ସମସ୍ତ ରାଜନୈତିକ ଦଳ ମାନେ ସେମାନଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ।ଯାହା ଫଳରେ ଆଜି କିଛି ପ୍ରାର୍ଥୀ ତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବେ । ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ

Comments are closed, but trackbacks and pingbacks are open.