ମହାବାତ୍ୟାକୁ ପୁରିଲା ୨୪ବର୍ଷ : ଆଜିର ଦିନରେ ପ୍ରକୃତି ଦେଖାଇଥିଲା କରାଳ ତାଣ୍ଡବ ,ଏବେବି ଲୋକଙ୍କ ଭିତରେ ରହିଛି ଲୋମଟାଙ୍କୁରା ସ୍ମୃତି
ଭୁବନେଶ୍ବର : ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଆଜିକୁ ଠିକ୍ ୨୪ ବର୍ଷ ତଳେ ରାଜ୍ୟରେ ତାଣ୍ଡବ ରଚିଥିଲା ମହାବାତ୍ୟା । ଆଜିର ଦିନରେ ପ୍ରକୃତି ଦେଖାଇଥିଲା ତାର କରାଳ ତାଣ୍ଡବ । ସେଦିନର ସେହି ଭୟଙ୍କର ଦିନ ମନେ ପଡିଲେ ଆଜି ବି ଲୋମ ଟାଙ୍କୁରୀ ଉଠେ । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ । ଏହାରି ଭତରେ ବିତିଯାଇଛି ୨୪ ବର୍ଷ । ଆଜି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରୁଛି । ସେଦିନ ଥିଲା ୨୯ ତାରିଖ । ହଠାତ୍ ସକାଳେ ମାଡି ଆସିଲା ପ୍ରବଳଙ୍କର ବାତ୍ୟା । ବର୍ଷା , ପବନ ସହ ଘଡଘଡି ସବୁ କିଛିକୁ ଉଜାଡି ଦେଇଥିଲା । କିଏ ନିଜ ପରିବାରକୁ ହରାଇଥିଲା ତ ଆଉ କିଏ ତାର ବନ୍ଧୁ ପରିଜନ । ସବୁକିଛି କୁ ଛାରଖାର କରିଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ।
ବହୁ ହଜାର ହଜାର ଲୋକଙ୍କ ଜୀବନ ଯିବା ସହ ନଷ୍ଟ ହୋଇଥିଲା ବହୁ ଘରଦ୍ବାର, ଜମିବାଡି , ଧନସମ୍ପତ୍ତି । ଆଜି ବି କ୍ଷତିପୂରଣ ହୋଇନି କି ଲୋକଙ୍କ ଆଖିରେ ଲୁହ ଶୁଖିନି । ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଘଣ୍ଟା ପ୍ରତି ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା ପବନ । ୩୦ ଘଣ୍ଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ସମୁଦ୍ରର ଲୁଣି ଜୁଆରରେ ଏରସମାର ସ୍ଥିତି ପୁରା ଛାରଖାର ହୋଇଯାଇଥିଲା ।
ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା । ସେପଟେ ଆଜି ମହାବାତ୍ୟାକୁ ୨୪ ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମ୍ ରେ ଓଏସଡିଏମଏ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ ହୋଇଛି । ଏଥିରେ ୫୦୦ ରୁ ଉର୍ଦ୍ଧ୍ବ ପିଲା ଯୋଗ ଦେଇଥିଲେ । ଚଳିତ ବର୍ଷର ଥିମ୍ ରହିଛି ସଶକ୍ତ ‘ଗୋଷ୍ଠୀ ସୁରକ୍ଷିତ ଓଡ଼ିଶା’ । ମହାବାତ୍ୟାର ବିଭିଷିକା ସହ ବିପର୍ଯ୍ୟୟକୁ ମୁକାବିଲା ପାଇଁ ପ୍ରସ୍ତୁତି ସଚେତନତା ଓ ସତର୍କର ବାର୍ତ୍ତା ବାଣ୍ଟିଥିଲା ।
Comments are closed.