Latest Odisha News

BREAKING NEWS

ଶିଶୁ କବିତା : ଶ୍ରମିକ ଭାଇ

କୁଞ୍ଜ ବିହାରୀ ସାହୁ

ଶ୍ରମିକ ଭାଇରେ ଶ୍ରମିକ ଭାଇ
ଖରା,ବରଷାକୁ ଖାତିରି ନାଇଁ
ସକାଳୁ ଯାଉଛୁ କାମ କରିବାକୁ
ବାସିପଖାଳକୁ ସଅଳ ଖାଇ ।

ସଭିଙ୍କ କଥାକୁ ସରାଗେ ଶୁଣି
ତାଙ୍କରି କଥାକୁ ହେଉଛୁ ଗୁଣି
ମନଯୋଗ ଦେଇ କାମ କରୁଥାଉ
ତୋଅରି କାମରେ ସଭିଏଁ ଋଣୀ ।

ଆସୁଥାଉ ପଛେ ଗ୍ରୀଷମ କାଳ
ମୁଣ୍ଡରୁ, ଦେହରୁ ବହଇ ଝାଳ
ଲୋକଙ୍କ ସେବାରେ ନିଇତି ରହୁଛୁ
ଉଡିଯାଉ ଅବା କୁଡ଼ିଆ-ଚାଳ ।

କିଏ ତ ବୁଝୁନି ତୋହରି ଦୁଃଖ
କିଏ ତ ଦେଖୁନି ଶୁଖିଲା ମୁଖ
ତଥାପି ତୋହର କାମକରି ତୁହି
ଅନ୍ୟର ଖୁସିରେ ପାଉଛୁ ସୁଖ ।

 ଏଲ୍.ଆଇ.ଜି. ୧୫ –  ନୟାପଲ୍ଳୀ
 ବ୍ରିଟ୍ କଲୋନୀ, ଭୁବନେଶ୍ବର
  ୭୦୦୮୧ ୪୨୦୪୦

Leave A Reply

Your email address will not be published.