Latest Odisha News

BREAKING NEWS

କବରରୁ କିଏ ବାହାର କଲା ୨୪୦୦ବର୍ଷ ପୁରୁଣା ମମ୍ମି ?

ରାଜସ୍ଥାନ: ଶେଷରେ ଦଇବ ପ୍ରକୋପରେ ବାହାରକୁ ବାହାରିଲା ଏକ ପୁରାତନ ମମ୍ମି । ହେଲେ କାହିଁକି କେଉଁଠି । କିଛି ଏପରି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିିତ କରୁଥିବ ନିଶ୍ଚୟ । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କେଉଁଠି ନୁହେଁ ବରଂ ରାଜସ୍ଥାନରେ ହିଁ ଏକ ମମ୍ମି ବହୁବର୍ଷର ବ୍ୟବଧାନ ପରେ ବାହାରକୁ ବାହାରିଛି ।

ଜୟପୁରରେ ଏକ ମମ୍ମି ନିଜ କବରରୁ ୧୩୦ ବର୍ଷ ପରେ ବାହାରକୁ ବାହାରିଛି । ଆଉ ତା ପୁଣି ୨୪୦୦ବର୍ଷ ପୁରୁଣା । ଅଗଷ୍ଟ ୧୪ରେ ରାଜସ୍ଥାନ ଜୟପୁରରେ ଦେଖିବାକୁ ମିଳିଥିଲା ଭୀଷଣ ବର୍ଷା । ବର୍ଷାରେ ବେହାଲ ହୋଇପଡିଥିଲା ଧନଜୀବନ । ବନ୍ୟାସ୍ଥିତି ଦେଇ ଗତି କରୁଥିବା ଜୟପୁରର ଆଲବର୍ଟ ହଲ୍ ମ୍ୟୁଜିୟମ ବି ବର୍ଷାପାଣିରୁ ବାଦ ପଡିନଥିଲା । ତେବେ ଏହି ମ୍ୟୁଜିୟମରେ ଥିବା ସେହି ମମ୍ମିକୁ ପାଣିରୁ ରକ୍ଷା କରିବା ଲାଗି ଶେଷରେ ତାକୁ କବରରୁ ବାହାର କରାଯାଇଛି ।

ମ୍ୟୁଜିୟମର ନୀରିକ୍ଷକ ରାକେଶ ଛୋଲକଙ୍କ ଅନୁଯାୟୀ ଇଜିପ୍ଟର ପାନୋପୋଲିସ ସହରର ଅଖମିନ ଅଂଚଳରୁ ଏହି ମମ୍ମିକୁ ଉଦ୍ଧାର କରାଯାଇଥିଲା । ୧୩୦ ବର୍ଷ ପୂର୍ବରୁ କାଇରୋରୁ ଟୁଟୁ ନାମକ ଜଣେ ମହିଳାର ସେହି ମମ୍ମିକୁ ଜୟପୁର ଅଣାଯାଇଥିଲା । ସେବେଠାରୁ ଏକ କାଚ ବାକ୍ସରେ ତାକୁ ସଂରକ୍ଷିତ କରାଯାଇଥିଲା ।

ହେଲେ ହଠାତ୍ ମ୍ୟୁଜିୟମରେ ପାଣି ପସିଯିବାରୁ କାଚବାକ୍ସକୁ ଭଙ୍ଗାଯାଇ ମମ୍ମିକୁ ନଷ୍ଟ ହେବା ପୂର୍ବରୁ ରକ୍ଷା କରାଯାଇଥିଲା । ତାଜା ସ୍ଥିତିରେ ୭ଦିନ ପାଇଁ ମ୍ୟୁଜିୟମରୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.