Latest Odisha News

BREAKING NEWS

ନିଲାମ ହେବ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ । ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ବିଦ୍ୟା ବାଲନ ପିନ୍ଧିଥିଲେ ସମ୍ବଲପୁରୀ ଶାଢ଼ୀ । ଏବେ ଏହା ବ୍ରିକି ହେବାକୁ ଯାଉଛି । ଏହି ଶାଢ଼ୀକୁ ଅନ୍‌ଲାଇନ୍‌ରେ ନିଲାମ କରାଯିବ । ଅଗଷ୍ଟ ୧୫ରୁ ଏହି ଶାଢ଼ୀର ନିଲାମୀର ଅନ୍‌ଲାଇନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ ।

ବ୍ରାଣ୍ଡ ଉତ୍କଳମ୍ରୀତାର ସହ-ପ୍ରତିଷ୍ଠାତା ଅନୀତା ସାବତ ଏବଂ ଅମୃତା ସାବତଙ୍କ ଅନୁଯାୟୀ, ନିଲାମର ଆୟ ବର୍ତ୍ତମାନର ପ୍ରସିଦ୍ଧ ଶାଢ଼ୀ  ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ। ଅନୀତା ମୁମ୍ବାଇରେ ଏକ ପ୍ରଦର୍ଶନୀ ସମୟରେ ବିଦ୍ୟାଙ୍କ  ଟିମକୁ ଭେଟିଥିଲେ। ଏକ ନମୁନା ଦେଖିବା ପରେ ବିଦ୍ୟା ଏହି ଆଇଡିଆକୁ ପସନ୍ଦ କରିଥିଲେ ଏବଂ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ବିଦ୍ୟା ତାଙ୍କ ସାଢ଼ୀ ପିନ୍ଧିଥିବାର ଏକ ଭିଡିଓ ସେୟାର କରି ଏହାର ବୁଣାକାରଙ୍କୁ ପ୍ରଶଂସା କରିଥିଲେ। ସେ ଶାଢ଼ୀ ଫେରାଇବା ପରେ ଅନେକ ଲୋକ ଏହି ଶାଢ଼ୀ  କିଣିବାକୁ ଆଗ୍ରହ ଦେଖାଇଲେ ଯାହା ଫଳରେ ସହ-ପ୍ରତିଷ୍ଠାତାମାନେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ଟିକିରିପଡା ଗାଁର ସମ୍ବଲପୁରୀ ଇକ୍କତ ବୁଣାକାର ଭାଗବତ ମେହେର ତାଙ୍କ ହାତରେ ନିର୍ମିତ ଏକ୍ସକ୍ଲୁସିଭ୍ ଶାଢ଼ୀକୁ ପ୍ରଶଂସା କରି ବିଦ୍ୟାଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି। ସେ ୨୦୧୬ମସିହାରେ ଓଡ଼ିଶା ହସ୍ତତନ୍ତ ପୁରସ୍କାର ପାଇଁ ଏହି ‘ଗାଣିତିକ ସମୀକରଣ’ ସାଢ଼ୀ ବୁଣିଥିଲେ।

Leave A Reply

Your email address will not be published.