Latest Odisha News

ପୁଣି ଦ୍ୱିତୀୟ ସ୍ଥାନକୁ ଫେରିଲା କଟକ, ରାଜ୍ୟରେ ୨୪୭୦ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର କୋପ । ତଳମୁହାଁ ହେଉଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ରାଜ୍ୟରେ ୨୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୪୬୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୦୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୨୦୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।


ତେବେ ପୂର୍ବଭଳି ଖୋର୍ଦ୍ଧା ଜିଲ୍ଲା ତାଲିକାର ଶୀର୍ଷରେ ରହିଥବା ବେଳେ ପୁଣିଥରେ ଦ୍ୱିତୀୟ ସ୍ଥାନକୁ ଫେରି ଆସିଛି କଟକ । ଗତ କିଛି ଦିନ ହେବ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆଜି ପୁଣି ବଢ଼ିଛି । ଜିଲ୍ଲାରେ ୨୪ ଘଂଟାରେ ୧୮୬ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୩୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ୬ଟି ଜିଲ୍ଲାରେ ଶହେ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଅନୁଗୁଳରୁ ୧୭୦, ସୁନ୍ଦରଗଡରୁ ୧୬୧, ମୟୂରଭଂଜରୁ ୧୩୪, ବାଲେଶ୍ୱର ୧୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୨୦୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୫୧୦୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୩୫୭୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.