Latest Odisha News

BREAKING NEWS

ବର୍ଷା ସହ ବଜ୍ରପାତ ସମ୍ଭାବନା, ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ୬ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ଗଂଜାମ, ନୟାଗଡ, ପୁରୀ, କଟକ ଓ ଜଗତସିଂହପୁରକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଲୋକେ । ଗଜପତିର କେତେକ ସ୍ଥାନରେ ପାହାଡ ଧସିବା ସହ ଘର ଭୁଷୁଡ଼ି ପ୍ରଭାବିତ ହୋଇଛନ୍ତି ଲୋକେ । ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଋଷିକୁଲ୍ୟା ନଦୀରେ ଜଳସ୍ଥର ବଢ଼ିଛି । ସତର୍କ ସଂକେତ ପାର୍ କରିଛି ଋଷିକୁଲ୍ୟା । ଫଳରେ ସ୍ଥାନୀୟ ଅଚଂଳରେ ବନ୍ୟା ଅଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.