Latest Odisha News

BREAKING NEWS

ବିିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ । ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଭାଇ ଅଛନ୍ତି । ମୃତକ ୩ ଜଣଙ୍କ ବୟସ ୧୨, ୭ ଓ ୩ ବର୍ଷ ବୋଲି ଜଣାପଡିଛି । ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି।

ସେପଟେ ଏହି ଘଟଣା ୨ ଜଣ ତଥା ମା’ ଓ ଆଉ ଜଣେ ଭଉଣୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଥ୍ୟା ସଂଗ୍ରହ କରିବା ପାଇଁ ଗାଁରେ ଡାକ୍ତିରୀ ଟିମ୍ ପହଂଚିଛି । ବିଷାକ୍ତ ଖାଦ୍ୟ ଯୋଗୁ ଝାଡ଼ା ବାନ୍ତି ହେବା ସହ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍‌ ଅନୁମାନ କରୁଛି।

Leave A Reply

Your email address will not be published.