Latest Odisha News

BREAKING NEWS

ଦେଶର ୭୩୬ଟି ଜିଲ୍ଲାରେ ୧୧୨ ଦିନ ମଧ୍ୟରେ ୨୪୯୪ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ରେକର୍ଡ ୧୧୨ ଦିନ ମଧ୍ୟରେ ଦେଶର ୭୩୬ଟି ଜିଲ୍ଲାର ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହୋଇଛି ୨୪୯୪ ପ୍ରେସର ସ୍ବିଙ୍ଗ ଆଡସୋର୍ପସନ ବା (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ । ଏହି ସବୁ ଅକ୍ସିଜେନ ପ୍ଲାଣ୍ଟରୁ ଦୈନିକ ୩,୩୨୪ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି । ଏସବୁ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟରୁ ପିଏମ କେୟାର୍ସ ପାଣ୍ଠି ଅଧୀନରେ ୧୧୮୩ଟି ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି ।

ଚଳିତ ମାସ ଶେଷ ସୁଦ୍ଧା ପିଏମ କେୟାର୍ସ ପାଣ୍ଠି ଅଧୀନରେ ଅବଶିଷ୍ଟ ୪୧ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର । କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ୧୩୧୧ଟି ପିଏସଏ ପ୍ଲାଣ୍ଟ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ।

ପିଏମ କେୟାର୍ସ ପାଣ୍ଠି ଅଧୀନରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦ ପ୍ରତିଶତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୯୦ ପ୍ରତିଶତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ୫ଟି ରାଜ୍ୟରେ ୯୦ ପ୍ରତିଶତରୁ କମ ପ୍ଲାଣ୍ଟ କାର୍ଯ୍ୟ କରୁଛି । ବର୍ତ୍ତମାନ ଦେଶର ଅଧିକାଂଶ ଜିଲ୍ଲାରେ ଏହି ସବୁ ସୁବିଧା ମାଧ୍ୟମରେ ମେଡ଼ିକାଲ ଅକ୍ସିଜେନ୍ ଆବଶ୍ୟକତା ଦୀର୍ଘକାଳୀନ ଭିତ୍ତିରେ ପୂରଣ କରାଯାଇପାରିବ । ଅକ୍ସିଜେନ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଲାଗି ପ୍ରାୟ ୭,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ।

Leave A Reply

Your email address will not be published.