Latest Odisha News

BREAKING NEWS

ଆର୍ଯ୍ୟନ ହେଲେ କୈଦୀ ନଂ ଏନ୯୫୬

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି କେସରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ୨୦ ଅକ୍ଟୋବର ପର୍ଯ୍ୟନ୍ତ ମୁମ୍ବାଇ ଆର୍ଥର ରୋଡ ଜେଲରେ ରହିବେ । ଏନଡିପିଏସ କୋର୍ଟ ଗୁରୁବାର ଏହି ମାମଲାର ଶୁଣାଣୀ କରି ନିଷ୍ପତି ସୁରକ୍ଷିତ ରଖିଛି । ସବିଶେଷ ତଥ୍ୟ ଅନୁଯାୟୀ ଜେନେରାଲ ୱାର୍ଡକୁ ଶିଫ୍ଟ ହୋଇଥିବା ଆର୍ଯ୍ୟନଙ୍କ କୈଦୀ ନମ୍ବର ଏନ୯୫୬ ରହିଛି । ଏହି ନମ୍ବରରେ ସେ ଏବେ ଜେଲରେ ପରିଚିତ ହେବେ ।

କ୍ୱାରେଂଟାଇନ ପିରିୟଡ ପରେ ଆଜି ତାଙ୍କୁ ଶିଫ୍ଟ କରାଯାଇଥିଲା । ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଏଠାକୁ ଅଣାଯାଇଛି । ଏଠାକାର ନିୟମ ଅନୁସାରେ ସକାଳ ୬ଟାରେ କୈଦୀଙ୍କୁ ଉଠିବାକୁ ପଡିବ । ୭ଟାରୁ ୧୦ଟା ମଧ୍ୟରେ ଜଳଖିଆ ଏବଂ ଶୌଚ ହେବା ବାଧ୍ୟତାମୂଳକ । ଏ ସବୁ ନିୟମ ଆର୍ଯ୍ୟନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ।

Leave A Reply

Your email address will not be published.