Latest Odisha News

BREAKING NEWS

ଆସନ୍ତାକାଲି ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟା ଦଶମୀର ଶୁଭ ଅବସରରେ ଆସନ୍ତାକାଲି ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ରହିବେ ।

ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ଆତ୍ମର୍ନିଭରଶୀଳତା ପାଇଁ ଏକ ପଦକ୍ଷେପ ଭାବରେ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ୧୦୦% ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ଉନ୍ନତ କାର୍ଯ୍ୟ ସ୍ବାଧୀନତା, ଦକ୍ଷତା ଏବଂ ନୂତନ ଅଭିବୃଦ୍ଧି ସମ୍ଭାବନା ଏବଂ ନୂତନତ୍ବକୁ ବାଟ ଦେଖାଇବ । ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ୭ଟି ନୂତନ ପ୍ରତିରକ୍ଷା କମ୍ପାନୀ ଗୁଡ଼ିକ ହେଲା – ମୁନିସନ୍ ଇଣ୍ଡିଆ ଲିମିଟେଡ୍, ଆରମୋର୍ଡ ଭେଇକିଲ୍‍ ନିଗମ ଲିମିଟେଡ୍, ଆଡଭାନ୍ସ ଓ୍ବିପନ ଆଣ୍ଡ ଇକୁଇପମେଣ୍ଟ ଇଣ୍ଡିଆ ଲିମିଟେଡ୍, ଟିସିଏଲ, ଯନ୍ତ୍ର ଇଣ୍ଡିଆ ଲିମିଟେଡ୍, ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ ।

Leave A Reply

Your email address will not be published.