ପାରାଦୀପ (କର୍ମଜିତ୍ ଜେନା) : ପାରାଦୀପ- ଆଇଓସିଏଲର ପାରାଦ୍ଵୀପ-ହଳଦିଆ ପାଇପ୍ ଲାଇନ୍ ଫାଟି ଯିବାରୁ କଞ୍ଚା ତେଲ ନଷ୍ଟ ହୋଇଯାଇଛି। ଆଇଓସିଏଲର ଟାଉନସିପ ସମ୍ମୁଖରେ ଘଟିଛି ଏଭଳି ଘଟଣା। ଗୁରୁବାର ପାରାଦୀପ ଆଇଓସିଏଲରୁ କଲିକତାର ବାରମାଣିଆ ହଳଦିକୁ ଯାଉଥିଲା ଏହି ତେଲ । ଏଥିପାଇଁ ୬୪ ଇଞ୍ଚ ମୋଟେଇ ପାଇପ ଲାଇନ ବିଛା ଯାଇଛି । ଏହି ଅଶୋଧିତ ତେଲରୁ ଗ୍ୟାସ, ପେଟ୍ରୋଲ, ଡିଜେଲ, କିରୋସିନ ପ୍ରଭୁତି ସାମଗ୍ରୀ ବାହାରି ଥାଏ।
ଟାଉନସିପ ନିକଟରେ କଞ୍ଚା ତେଲ ପାଇପ ଲାଇନରୁ ଲିକ ହୋଇ ବୋହିଯିବାରୁ ଲକ୍ଷ ଲକ୍ଷ ଲିଟର ଅଶୋଧିତ ତେଲ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକେ କହିଛନ୍ତି, ଯେଉଁ ସ୍ଥାନରେ ହୋଇଛି ତାହା ଆଇଓସିଏଲ ଅଫିସ ସାମ୍ନାରେ । ପୂର୍ବରୁ ଛଅ ମାସ ତଳେ ସମାନ ଘଟଣା ଘଟିଥିଲା। ହେଲେ ନିମ୍ନମାନର କାମ ଯୋଗୁଁ ବାରମ୍ବାର ଏପରି ତେଲ ପାଇପ ଲାଇନ୍ ଫାଟିଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଘଟଣାସ୍ଥଳରେ ଆଇଓସିଏଲ ଓ ପାଇପଲାଇନ କର୍ତ୍ତପକ୍ଷ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ପ୍ରଥମେ ଫୋମ୍ ସ୍ପ୍ରେ କରିବା ପରେ ଉକ୍ତ ପାଣି ମିଶା କଞ୍ଚା ତେଲକୁ ସେମାନେ ଟ୍ୟାଙ୍କର ଯୋଗେ ଆଇଓସିଏଲକୁ ନେଇଛନ୍ତି। ଖବର ଲେଖା ହେବା ସୁଦ୍ଧା ୨୪ ହଜାର ଲିଟର ବିଶିଷ୍ଟ ୨୯ ଟ୍ୟାଙ୍କରରେ ଏହି ତୈଳ ବିଶୋଧନାଗାର ଭିତରକୁ ଯାଇ ସାରିଥିଲା।
ପାଇପ ଲାଇନର ଏକ ସ୍ବତନ୍ତ୍ର ଟେକ୍ନିକାଲ ଟିମ୍ ଏହାର ମରାମତି କରିଛନ୍ତି। ଏହି ପାଇପ ଗୁଡିକ କାମ ହେବା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଟେଷ୍ଟିଂ କରାଯାଇ ପରେ ବ୍ୟବହାର କରାଯାଇଥାଏ। ଏବଂ ସମ୍ପୁର୍ଣ୍ଣ ପାଇପକୁ ସେନ୍ସର ଦ୍ୱାରା ଅପରେଟିଂ କରାଯାଇଥାଏ। ଯଦି କେହି କୈାଣସି ସ୍ଥାନରେ ପାଇପ୍ ସହିତ କିଛି ଘଟାଇବାକୁ ଚେଷ୍ଟା କରେ ତେବେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମରେ ଏହା ଜଣାପଡେ । ମାତ୍ର ଏଠାରେ କିପରି ଗ୍ୟସ ପାଇପ ଫାଟିଲା ତାହା ପାଇପ ଲାଇନ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ। କିନ୍ତୁ ଫାଟିବା ପରେ ହିଁ ଏହା ଜଣାପଡ଼ିଥିଲା।
ଆଇଓସିଏଲର ପାଇପ ଲାଇନ୍ ଇନଚାର୍ଜ ଆଲୋକ ସାହୁ କହିଛନ୍ତି, ପ୍ରଥମେ ତଲ ଗୁଡିକୁ ପାଣିରୁ ଉଦ୍ଧାର କରିବା ପରେ ପାଇପ ଫାଟିବା ପଛର କାରଣ ଖୋଜିବେ । ଏହି ଏରିଆରେ ଏବେ ଗ୍ୟାସ ଭର୍ତ୍ତି ହୋଇ ରହିଛି। ଯେହେତୁ ତେଲ ଏକ ଦହନଶୀଳ ଜିନିଷ ତେଣୁ ଏହି ସ୍ଥାନରେ ଭିଡ ନକରିବା ଭଲ ହେବ । ଏହାଦ୍ୱାରା ସମସ୍ତେ ଆମେ ସୁରକ୍ଷିତ ରହିପାରିବା । ତେଣୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ଏହି ସ୍ଥାନ ଦେଇ ଏବେ ନଯିବାକୁ ।
ଅନ୍ୟପକ୍ଷରେ ଘଟଣାସ୍ଥଳରେ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଶାଖା ଅଧିକାରୀ ପହଞ୍ଚି ପରିଦର୍ଶନ କରିଛନ୍ତି। ଯେହେତୁ ତେଲ ଆଉ ବାହାରୁ ନାହିଁ, ତେଣୁ ବିପଦ ନାହିଁ। ଆଇଓସିଏଲ କର୍ତ୍ତୃପକ୍ଷ ଏହି ସ୍ଥାନକୁ ଭଲଭାବରେ ପରିଷ୍କାର କରିବା ପାଇଁ କହିଛନ୍ତି। ଯଦି ବର୍ଷା ହୋଇଥାନ୍ତା ତେବେ ସମସ୍ୟା ହୋଇଥାନ୍ତି ବୋଲି ପ୍ରଦୁଷଣ ବୋର୍ଡ ଅଧିକାରୀ କହିଛନ୍ତି।
Comments are closed.