Latest Odisha News

BREAKING NEWS

ମାତ୍ର ୩୦ ସେକେଣ୍ଡ ପାଇଁ କେତେ ଟଙ୍କା ନିଅନ୍ତି ଏହି ସୁପରଷ୍ଟାର ?

ତେଲେଙ୍ଗାନା: ଟଲିଉଡର ଜଣେ ସୁପରଷ୍ଟାର ମାତ୍ର ୩୦ ସେକେଣ୍ଡର ବିଜ୍ଞାନ ଭିଡିଓ ପାଇଁ ନେଇଛନ୍ତି ୨୫ କୋଟି ଭଳି ମୋଟା ଅଙ୍କର ଟଙ୍କା । କରୋନା ମହାମାରୀ ତଥା କଟକଣାରେ ଯେଉଁଠି ଅନେକ ସୁପରଷ୍ଟାର ଘରେ ରହିବାକୁ ବାଧ୍ୟ ହୋଇଥିଲେ । ସେଠି ଏହି ଅଭିନେତା କିନ୍ତୁ ଖୁବ ବ୍ୟସ୍ତ ଥିଲେ । ତେବେ କିଏ ଏହି ସୁପରଷ୍ଟାର ?

ଟଲିଉଡର ସୁପରଷ୍ଟାର ମହେଶ ବାବୁ ବେଶ କିଛି ଜଣାଶୁଣା କମ୍ପାନୀର ବିଜ୍ଞାପନ ପାଇଁ ମୋଟା ଅଙ୍କର ଟଙ୍କା ହାସଲ କରିଥିଲେ । ଖାସ କରି ମାତ୍ର ୩୦ ସେକେଣ୍ଡରେ ୨୫ କୋଟି ଟଙ୍କା ଆୟ କରିବା ଏତେଟା ସହଜ ନୁହେଁ । ତେବେ ସେ କେତୋଟି ଓ କେଉଁ ବିଜ୍ଞାପନ କରି ଏତେ ଅର୍ଥ ଆୟ କରିଥିଲେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ରିପୋର୍ଟ ଅନୁଯାୟୀ ମହେଶଙ୍କ ସ୍ତ୍ରୀ ନମ୍ରତାଙ୍କର ମୁମ୍ବାଇରେ ଅନେକ ଚିହ୍ନା ପରିଚିତ ଲୋକ ଅଛନ୍ତି । ପୂର୍ବରୁ ସେ ଜଣେ ମଡେଲ ତଥା ଅଭିନେତ୍ରୀ ଥିବାରୁ ମହେଶଙ୍କର ସମସ୍ତ ବ୍ୟବସାୟୀକ ଡିଲ୍‌ର ତଦାରଖ କରିଥାନ୍ତି । ବିଜ୍ଞାପନ ଛଡା ଫିଲ୍ମ ସରକାରୀ ଭାରି ପାଟା ଫିଲ୍ମ ପାଇଁ ମହେଶ ଏବେ ବ୍ୟସ୍ତ ଅଛନ୍ତି । କରୋନା ପାଇଁ ବିଦେଶରେ ସୁଟିଂ ସମ୍ଭବ ନହେବାରୁ ରାମୋଜୀ ଫିଲ୍ମ ସିଟିରେ ଚାଲିଛି ବିକଳ୍ପ ସୁଟିଂ ।

Leave A Reply

Your email address will not be published.