Latest Odisha News

BREAKING NEWS

ନିଜ ଜନ୍ମଦିନରେ ବିକ୍ରମ୍ ପାଲଟିଲେ କମଲ ହାସନ୍

ତାମିଲନାଡୁ: ବେଶ ନିଆରା ଅନ୍ଦାଜରେ ନିଜ ୬୬ତମ ଜନ୍ମଦିନ ପାଳିଛନ୍ତି ଲିଜେଣ୍ଡାରୀ ଆକ୍ଟର କମଲ ହାସନ୍ । ଆଜିର ଦିନରେ ସେ ନିଜର ୨୩୨ତମ ଫିଲ୍ମର ଟିଜର୍ ରିଲିଜ୍ କରିଛନ୍ତି । ଫିଲ୍ମର ଟାଇଟଲ ବିକ୍ରମ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଲୋକେଶ କନଗରାଜ । ସରକାରୀ କରୋନା ନିୟମ ଅନୁଯାୟୀ ଫିଲ୍ମର ଟିଜର ସୁଟିଂ ହୋଇଥିଲାବେଳେ ଖୋଦ କମଲ ହାସନ ଏହାର ପଯୋଜନା ଭାର ସମ୍ଭାଳିଛନ୍ତି ।

ଜନ୍ମଦିନରେ ଫିଲ୍ମ ବିକ୍ରମର ଟିଜର୍ ରିଲିଜ୍ କରି କମଲ ହାସନ ନିଜ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟିଜରରେ କମଲ ହାସନଙ୍କୁ କିଛି ବ୍ୟକ୍ତିଙ୍କ ସହ ଡାଇନିଂ ଟେବୁଲ୍‌ରେ ଦେଖିବାକୁ ମିଳିଛି । ହେଲେ ତା ପୂର୍ବରୁ ଅଜଣା ଉଦ୍ଦେଶ୍ୟ ନେଇ ସମଗ୍ର ଘରକୁ ବନ୍ଧୁକ ଓ ହତିଆରରେ ସଜାଇଛନ୍ତି ।

Courtesy: (Raaj kamal Films International, YouTube)

୨୦୧୮ରେ ନିଜର ରାଜନୈତିକ ଦଳ ଗଢିଥିବା କମଲ ହାସନ ୨୦୨୧ ନିର୍ବାଚନ ପୂର୍ବରୁ ନିଜ ଫ୍ୟାନମାନଙ୍କୁ ଏକ ପଲିଟିକାଲ ଥ୍ରିଲର ଫିଲ୍ମ ଭେଟି ଦେବାକୁ ଯୋଜନା କରିଥିଲେ । ଯାହାର ଫଳସ୍ୱରୂପ ଫିଲ୍ମ ବିକ୍ରମର ନିର୍ମାଣ ଚାଲିଛି । ଖୁବଶୀଘ୍ର ଫିଲ୍ମର ସୁଟିଂ ସାରିବାକୁ ଯୋଜନା ରହିଥିଲାବେଳେ ତାମିଲନାଡୁ ନିର୍ବାଚନ ପୂର୍ବରୁ ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.