Latest Odisha News

ଚଳନ୍ତା ବସରେ ଅଗ୍ନିକାଣ୍ଡ, ୨୫ ଛାତ୍ରଛାତ୍ରୀ ଜଳିଗଲେ

ବ୍ୟାଙ୍ଗକକ୍: ଥାଇଲ୍ୟାଣ୍ଡରେ ୪୪ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି।

ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ସମୟ ଦିନ ପ୍ରାୟ ୧୨ଟା ୩୦ମି. ସମୟରେ ଏହି ଘଟଣା ଘଟିଥିଲା। ଥାଇଲ୍ୟାଣ୍ଡର ଖୁ ଖୋଟରେ ଥିବା ଜିର ରଙ୍ଗସିଟ୍ ସପିଂ ସେଣ୍ଟର ନିକଟ ଫାହୋନ୍ ୟୋଥିନ ରୋଡରେ ଏହି ଘଟଣା ଘଟିଥିଲା।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ସ୍କୁଲ ବସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ, ୧୬ ଜଣ ଛାତ୍ରଛାତ୍ରୀ ଏବଂ ତିନିଜଣ ଶିକ୍ଷକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଥାଇଲ୍ୟାଣ୍ଡର ଇଣ୍ଟିରିୟର୍ ମନ୍ତ୍ରୀ ଅନୁଟିନ୍ ଚାର୍ନଭିରାକୁଲଙ୍କ ଅନୁଯାୟୀ ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି, କିନ୍ତୁ ତାଙ୍କୁ ଖୁବଶୀଘ୍ର ଟ୍ରାକ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ଆହତଙ୍କ ମେଡିକାଲ ଖର୍ଚ୍ଚ ଏବଂ ମୃତକଙ୍କ ପାଇଁ କ୍ଷତିପୂରଣ ସରକାର ଦେବେ ବୋଲି ସେ ଘୋଷଣା କରିଛନ୍ତି।

Leave A Reply

Your email address will not be published.