କାନପୁର:ଉତ୍ତରପ୍ରଦେଶ କାନପୁରରେ ବଡ଼ ଅଘଟଣ ଘଟିଛି । ବନ୍ଧୁ ପରିଜନଙ୍କ ସହ ଏକ ବର୍ଷ ପୁଅର ମୁଣ୍ଡନ ସଂସ୍କାର ସାରି ଫେରୁଥିବା ବେଳେ ପୋଖରି ଭିତରକୁ ଓଲଟି ପଡିଛି ଟ୍ରାକ୍ଟରର ଟ୍ରଲି । 40 ଜଣ ଟ୍ରଲିରେ ବସିଥିବା ବେଳେ ସେଥିରୁ 25ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପାଣି ଭିତରେ ବୁଡିଯିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଛି । ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ପୋଲିସ ପ୍ରଶାସନ ଗୁରତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।
ମୃତକଙ୍କ ମଧ୍ୟରେ 11 ଶିଶୁ ଅଛନ୍ତି । ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ରାତି 9ଟାରେ ଏହି ଦୁର୍ଘଟଣା ଘଟିଛି । କୋରଥା ଗାଁର ରାଜୁ ନିଷାଦ ନିଜ ପୁଅର ମୁଣ୍ଡନ ସଂସ୍କାର ପାଇଁ ଉନ୍ନାବ ନିକଟସ୍ଥ ଚନ୍ଦ୍ରିକା ଦେବୀ ମନ୍ଦିର ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଗମ୍ଭିରପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଦୁଇ ଲକ୍ଷ ଟଙ୍କାର ସହାୟତା ମୃତକଙ୍କ ପରିବାରଲୋକଙ୍କ ପାଇଁ ଘୋଷଣା କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।
जनपद कानपुर में हुई सड़क दुर्घटना अत्यंत हृदय विदारक है।
जिलाधिकारी एवं अन्य वरिष्ठ अधिकारियों को तत्काल मौके पर पहुंचकर युद्ध स्तर पर राहत व बचाव कार्य संचालित करने तथा घायलों के समुचित उपचार की व्यवस्था करने के निर्देश दिए गए हैं।
घायलों के शीघ्र स्वास्थ्य लाभ की कामना है।
— Yogi Adityanath (@myogiadityanath) October 1, 2022
Distressed by the tractor-trolley mishap in Kanpur. My thoughts are with all those who have lost their near and dear ones. Prayers with the injured. The local administration is providing all possible assistance to the affected: PM @narendramodi
— PMO India (@PMOIndia) October 1, 2022
Comments are closed.