Latest Odisha News

BREAKING NEWS

୨୫ ତାମିଲ୍ ଟିଭି ଚ୍ୟାନେଲ୍ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ !

ଚେନ୍ନାଇ: ତାମିଲ୍ ଟେଲିଭିଜନ୍ ଚ୍ୟାନେଲରେ କାର୍ଯ୍ୟ କରୁଥିବା ୨୫ ଜଣ ବ୍ୟକ୍ତି କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏବେ ଦେଶରେ ବ୍ୟାପୀ ଚାଲିଥିବା କରୋନା ଭୂତାଣୁ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନେ ବାହାରେ ଦିନ ରାତି କଠୋର ପରିଶ୍ରମ କରୁଛନ୍ତି । ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ଏବେ ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପିଟିଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ତାମିଲନାଡୁର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏହିହ ସମସ୍ତ ସାମ୍ବାଦିକମାନଙ୍କ ନମୂନା ପରୀକ୍ଷା ହୋଇଥିଲା ଏବଂ ସମସ୍ତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦୁଇଦିନ ପୂର୍ବରୁ ୨ ଜଣ ସାମ୍ବାଦିକ ଏହି ଚ୍ୟାନେଲ ଲାଗି କାର୍ଯ୍ୟ କରୁଥିଲେ ସେମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଅନିର୍ଦ୍ଦିଷ୍ଟ କାଳ ଲାଗି ଏହି ଚ୍ୟାନେଲର ପ୍ରସାରଣ କାର୍ଯ୍ୟ ବନ୍ଦ ରହିଛି ଏବଂ ଖୁବ୍ ଶିଘ୍ର ପ୍ରସାରଣ ଆରମ୍ଭ ହେବ ବୋଲି ଚ୍ୟାନେଲ୍ ପକ୍ଷରୁ ଏକ ଭିଡ଼ିଓ ସୂଚନା ପ୍ରଦାନ କରାଯାଇଛି ।

କେବଳ ତାମିଲନାଡୁରେ ମଙ୍ଗଳବାର ଦିନ ୭୬ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯୬ରେ ପହଞ୍ଚିଛି ।

Leave A Reply

Your email address will not be published.