Latest Odisha News

BREAKING NEWS

କରୋନା ମୁକାବିଲା, ମଙ୍ଗଳବାର ରାଜ୍ୟରେ ସର୍ବାଧିକ ୨୦୨୭ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସ୍ୱାବ ନମୁନା ପରୀକ୍ଷା ମଙ୍ଗଳବାର ପ୍ରଥମଥର ପାଇଁ ଦୁଇ ହଜାର ଟପିଛି । ମଙ୍ଗଳବାର ୨୦୨୭ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏଥି ମଧ୍ୟରୁ ଆରଏମଆରସିରେ ୧୨୩୪, କଟକ ଏସସିବିରେ ୩୭୮, ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍‌ରେ ୧୯୨, ଏମ୍ସରେ ୭୭, ଆପୋଲୋ ହସ୍ପିଟାଲରେ ୨୧, ବୁର୍ଲା ଭିମସାରରେ ୩୩, ରାଉରକେଲା ଆଇଜିଏଚରେ ୫୧, ବ୍ରହ୍ମପୁର ଏମକେସିଜି ୪୧ଟି ସ୍ୱାବ ନମୁନା ପରୀକ୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକରେ ତିନି ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସହିତ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି ।

Leave A Reply

Your email address will not be published.