ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ବାତିଲ କରାଯିବ ଓ ଆଉ କିଛି ଟ୍ରେନ୍ର ଦିଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ ୨୫ଟି ଟ୍ରେନ୍ ଚଳାଚଳକୁ ବାତିଲ କରାଯିବ ଓ ୯ଟି ଟ୍ରେନ୍ର ମାର୍ଗ ପରିବର୍ତ୍ତନ ହେବ ।
ପୂର୍ବତଟ ରେଳପଥ ସୂଚନା ଅନୁସାରେ ଅଗଷ୍ଟରୁ ୭ରୁ ୧୫ ତାରିଖ ମଧ୍ୟରେ ଟିଟିଲାଗଡ଼-ବିଳାସପୁର ପାସେଞ୍ଜର, ରାୟପୁର -ଟିଟିଲାଗଡ଼ ପାସେଞ୍ଜର, ବଲାଙ୍ଗୀର-ପୁରୁଣାକଟକ- ବଲାଙ୍ଗୀର ପାସେଞ୍ଜର, ବଲାଙ୍ଗୀର – ସୋନପୁର ପାସେଞ୍ଜରକୁ ବାତିଲ ହେବ।
ଏଥିସହ ଅଗଷ୍ଟ ୬ରୁ ୧୪ ମଧ୍ୟରେ ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର, ଟିଟିଲାଗଡ଼-ରାୟପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ବାତିଲ ହେବ।
ସେହିପରି ଟ୍ରେନ୍ ନମ୍ବର ୧୮୪୫୧/୧୮୪୫୨ ତପସ୍ୱିନୀ ଏକ୍ସପ୍ରେସ ଜୁଲାଇ ୨୭ରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜଙ୍କ୍ସନ୍ ନଆସି ସରଲା-ସମ୍ବଲପୁର ସିଟି ମାର୍ଗ ଦେଇ ଚାଲିବ। ଟାଟା- ଏର୍ଣ୍ଣାକୁଲମ ଏକ୍ସପ୍ରେସ, ତାମ୍ବରମ-ଜସିଡିହ ଏକ୍ସପ୍ରେସ, ସାଇନଗର ଶିରିଡି -ପୁରୀ ଏକ୍ସପ୍ରେସ, ଟାଟା-ଏସଏମଭିବି ବେଙ୍ଗାଲୁରୁ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାଟିଆ ଏକ୍ସପ୍ରେସ ଆଦି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯିବ।
ଏହାଛଡ଼ା କିଛି ଟ୍ରେନ୍କୁ ଗନ୍ତବ୍ୟସ୍ଥଳ ପୂର୍ବରୁ ଆଂଶିକ ବାତିଲ କରାଯାଇଛି। ଟ୍ରେନ୍ ନମ୍ବର ୧୮୩୧୦ ଜମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ୍ ୦୭, ୦୮, ୧୦, ୧୨ ଏବଂ ୧୪ ଅଗଷ୍ଟ ୨୦୨୫ରେ ରେଙ୍ଗାଲି ଷ୍ଟେସନ୍ ପର୍ଯ୍ୟନ୍ତ ଚାଲିବ ଓ ଟ୍ରେନ୍ ନମ୍ବର ୧୮୩୦୯ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ୍ ୦୭, ୦୯, ୧୧, ୧୨ ଏବଂ ୧୪ ଅଗଷ୍ଟ ୨୦୨୫ରେ ରେଙ୍ଗାଲି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ।
Comments are closed.