Latest Odisha News

ଆଫଗାନିସ୍ତାନରେ ୩ ସପ୍ତାହରେ ୨୫୦ ସୈନ୍ୟଙ୍କ ମୃତ୍ୟୁ : ରିପୋର୍ଟ

କାବୁଲ: ଆଫଗାନିସ୍ତାନରେ ହିଂସା ଏବେ ବି ବଳବତର ରହିଛି । ରିପୋର୍ଟ ମୁତାବକ ୩ ସପ୍ତାହ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ୨୫୦ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି । ୧୧ ଅଂଚଳରେ ତାଲିବାନ ଦ୍ୱାରା କରାଯାଇଥିବା ୨୨୦ ଆକ୍ରମଣରେ ଉପରୋକ୍ତ ସୈନ୍ୟଙ୍କ ମୃତ୍ୟୁ ଘଟିବା ବ୍ୟତୀତ ୩୦୦ରୁ ଅଧିକ ଆହତ ହୋଇଛନ୍ତି ।

ଅପରପକ୍ଷରେ ଆଫଗାନିସ୍ତାନ ସରକାର ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ଠିକ୍ ଭାବେ କହି ନ ଥିଲେ ମଧ୍ୟ ଆମ ସୈନ୍ୟଙ୍କ ମୃତ୍ୟୁ ତୁଳନାରେ ୨ ଗୁଣ ଅଧିକ ତାଲିବାନ ସଦସ୍ୟ ମରିଛନ୍ତି ବୋଲି କହିଛନ୍ତି । ଗତ ସପ୍ତାହରେ ମାନବଧିକାର ଆୟୋଗ ରିପୋର୍ଟ ଦେଇଥିଲା ଯେ, ୧୭ ପୂଜା ସ୍ଥଳରେ ୧୭୦ ଲୋକ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.