Latest Odisha News

BREAKING NEWS

ରାଜ୍ୟ ପାଇଁ ଭଲ ଖବର; ସୁସ୍ଥ ହେେଲେ ଆଉ ୬୪୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୬୪୩ ଜଣଙ୍କ ମଧ୍ୟରୁ ୪୦୭ ଜଣ ଗଞ୍ଜାମରୁ, ୪୪ ଜଣ ଖୋର୍ଦ୍ଧା, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, ୨୭ ଜଣ କଟକ, ୧୫ ଜଣ ଜଗତସିଂହପୁର, ବରଗଡରୁ ୧୪, କନ୍ଧମାଳରୁ ୧୪ ଜଣ, ଢେଙ୍କାନାଳରୁ ୧୧, କେନ୍ଦୁଝରରୁ ୧୧, ଭଦ୍ରକରୁ ୮, ୬ ଜଣ ଗଜପତି, ୨ ଜଣ ସମ୍ବଲପୁର, ଅନୁଗୁଳରୁ ୧, ବଲାଙ୍ଗିର ଓ ଝାରସୁଗୁଡାରୁ ୫ ଜଣ ଲେଖାଏଁ ଏବଂ ସୁନ୍ଦରଗଡ ଓ ଯାଜପୁରରୁ ୪ ଲେଖାଏଁ, କେନ୍ଦ୍ରାପଡା ଓ କୋରାପୁଟରୁ ୩ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୭୨୦୪ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୪,୩୯୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୧୪ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.