Latest Odisha News

BREAKING NEWS

‘ଶ୍ରାବଣ’ ସୋମବାରରେ ଢେଙ୍କାନାଳର ଏହି ମନ୍ଦିରରେ ଲାଗିବ ଧାରା ୧୪୪

ଢେଙ୍କାନାଳ: କରୋନା ମହାମାରୀ ବିସ୍ତାରକୁ ନଜରରେ ରଖି ଶ୍ରାବଣ ମାସ ସୋମବାର ଦିନ ଢେଙ୍କାନାଳର ୧୪ ଟି ପ୍ରମୁଖ ଶୈବପୀଠରେ ପ୍ରଶାସନ ପକ୍ଷରୁ ଧାରା ୧୪୪ ଲଗାଯିବ। ଯାହାଦ୍ୱାରା ମନ୍ଦିରରେ ଭକ୍ତଙ୍କ ଭିଡକୁ ରୋକାଯାଇପାରିବ ।

ଏହି ମନ୍ଦିରଗୁଡ଼ିକ ହେଉଛି କପିଳାସର ଶ୍ରୀ ଚନ୍ଦ୍ରଶେଖରଜିଉ, ଲଟାଦେଇପୁରର ଉନକୋଟିଶ୍ୱର, ଓଦପଡା ବ୍ଲକର ମା ରାମଚଣ୍ଡୀ-କନକେଶ୍ୱର, ସଦର ବ୍ଲକର ନାଗନାଥେଶ୍ୱର, ଗଙ୍ଗାଧରପ୍ରସାଦର ପାଶିମେଶ୍ୱର, କାମାକ୍ଷନଗର ଅନ୍ତର୍ଗତ ରାମେଶ୍ୱର, ହାଟୁଆରି ଅନ୍ତର୍ଗତ କପିଳେଶ୍ୱର, ସ୍ୱପ୍ନେଶ୍ୱର, ବୁଦ୍ଧେଶ୍ୱର, ହିନ୍ଦୋଲର ରଣଜାଗୋଲା, ରାକାଲାର ଉଦ୍ଧେଶ୍ୱର, ମହତଳାର ମାତଲେଶ୍ୱର ଏବଂ ତିତ୍ତୋଳର ଉଗ୍ରଶ୍ୱର ମହାଦେବ।

ଶ୍ରାବଣ ମାସରେ ବହୁ ସଂଖ୍ୟାରେ ଭକ୍ତମାନେ ଏଠାକୁ ଆସି ଦର୍ଶନ କରୁଥିବାର ନଜର ରହିଛି।

Leave A Reply

Your email address will not be published.