Latest Odisha News

ଭୋପାଳରେ ବେଆଇନ ସେଲଟର ହୋମରୁ ୨୬ ଝିଅ ନିଖୋଜ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିଲା ବେଆଇନ ସେଲଟର ହୋମ । ଏବେ ବାଳିକା ଗୃହରୁ ୨୬ ଜଣ ଝିଅ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନିଖୋଜ ଝିଅମାନେ ଗୁଜରାଟ, ଝାଡଖଣ୍ଡ ଓ ମଧ୍ୟ ପ୍ରଦେଶର ବୋଲି ଜଣା ପଡିଛି।

ଭୋପାଳ ପରଭାଳିଆ ଥାନା ଅଞ୍ଚଳରେ ବେଆଇନ୍ ସେଲଟର ହୋମ ଚାଲିଥିଲା। ରାଷ୍ଟ୍ରୀୟ ବାଳ ଆୟୋଗର ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ ସେହି ସେଲଟର ହୋମ ପରିଦର୍ଶନରେ ଆସିଥିଲେ। ରେଜିଷ୍ଟର ଚେକ୍ ବେଳେ ସେଥିରେ ୬୮ ଝିଅଙ୍କର ଏଣ୍ଟ୍ରି ଥିଲା, କିନ୍ତୁ ରେଜିଷ୍ଟରରେ ୨୬ ଜଣ ଝିଅ ନିଖୋଜ ଥିବା ଜଣା ପଡିଥିଲା। ଏନେଇ ସଞ୍ଚାଳକ ଅନିଲ ମାଥ୍ୟାଙ୍କୁ ଏହି ବିଷୟରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏ ନେଇ ମଧ୍ୟ ପ୍ରଦେଶର ମୁଖ୍ୟ ସଚିବ ବୀରା ରାଣାଙ୍କୁ ଚିଠି ଲେଖିଛନ୍ତି। ପୋଲିସର ସୂଚନା ଅନୁସାରେ, ଏହି ସେଲଟର ହୋମରେ ବହୁ ଅନିୟମିତତା ରହିଛି। ଘଟଣାର ତଦନ୍ତ କରାଯାଉଛି।
ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ କମିଶନ୍ ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ, ଏହି ସେଲଟର ହୋମ ବେଆଇନ୍ ଭାବେ ଚାଲିଥିଲା। ରାଜ୍ୟ ବାଳ କମିଶନ୍ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହିତ ମିଳିତ ରୂପରେ ଏକ ମିଶନାରୀ ଦ୍ବାରା ଏହା ପରିଚାଳିତ ହେଉଥିଲା। ପିଲାଙ୍କୁ ଉଦ୍ଧାର କରି ସରକାରଙ୍କୁ ସୂଚନା ନଦେଇ ବିନା ଲାଇସେନ୍ସରେ ଲୁଚାଛପା ଢଙ୍ଗରେ ଝିଅମାନଙ୍କୁ ରଖା ଯାଇଥିଲା । ସେଠାରେ ତାଙ୍କୁ ଅନ୍ୟ ଧର୍ମ ଗ୍ରହଣ କରିବାକୁ କୁହାଯାଉଥିଲା। ଏହି ସେଲଟର ହୋମରେ ୬୦ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଅଧିକାଂଶ ଝିଅ ହିନ୍ଦୁ ଥିଲେ।

ଏହି ମାମଲା ସାମନାକୁ ଆସିବା ପରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲାର ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ଦେଖି ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି ।

Comments are closed.