Latest Odisha News

BREAKING NEWS

ହଷ୍ଟେଲରେ ଆତ୍ମହତ୍ୟା, କାହିଁକି ଜୀବନ ହାରିଲେ ବେଦାନ୍ତରେ କାର୍ଯ୍ୟରତ ଯୁବତୀ ?

ଝାରସୁଗୁଡ଼ା: ହଷ୍ଟେଲରେ ଆତ୍ମହତ୍ୟା । ବେଦାନ୍ତ ଆଲୁମିନିୟମ୍ କାରଖାନାରେ କାର୍ଯ୍ୟରତ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ବଡ଼ମାଲ ଥାନା ଟାଉନ ସିପରେ ଥିବା ଲେଡିଜ୍ ହଷ୍ଟେଲରୁ ମୃତ ୨୬ ବର୍ଷୀୟ ଯୁବତୀ ସ୍ତୁତି ସାଗରିକା ସାହୁଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ସାଗରିକା ଭୁବନେଶ୍ୱର ପାହାଳ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଗତ ୨ ଦିନ ଧରି ସାଗରିକା ଛୁଟିରେ ଥିଲେ । ସେ ରହୁଥିବା ହଷ୍ଟେଲ୍ ରୁମର ଅନ୍ୟ ସାଥୀ କମ୍ପାନୀକୁ ଗଲା ପରେ ସାଗରିକା ରୁମରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । କାମରୁ ଫେରି ଅନ୍ୟ ସାଥୀମାନେ କବାଟ ବାଡ଼େଇ ଥିଲେ । ପରେ ସିକ୍ୟୁରିଟି ଗାର୍ଡ କବାଟ ଭାଙ୍ଗିବା ପରେ ଘଟଣା ପଦାକୁ ଆସିଛି । ବଡ଼ମାଲ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.