ଭୁବନେଶ୍ବର: ବର୍ଷେ ଭିତରେ ୨୬୩ ପଡ଼ା ଗାଁକୁ ମିଳିଛି ରାଜସ୍ବ ଗାଁ ମାନ୍ୟତା । ପଡା ଗାଁକୁ ରାଜସ୍ୱ ଗାଁରେ ପରିବର୍ତ୍ତନ କରାଯାଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ତଥ୍ୟ ରଖି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗୋଟିଏ ବର୍ଷରେ ୨୬୩ ପଡା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା ମିଳିଛି । ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଯୋଜନା ଚାଲିଛି । ଏହା ବର୍ତ୍ତମାନ ବିଚାରଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ଟେକ୍ନୋଲୋଜି ମାଧ୍ୟମରେ ଏହି ଗାଁ ଗୁଡିକର ମ୍ୟାପ୍ ପରିବର୍ତ୍ତନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀଙ୍କ କହିବାନୁସାରେ, ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଏଥିପାଇଁ କାମା ୬ରୁ ୭ ଦିନ ଭିତରେ ଶେଷ ହେବ । ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯାହାଦ୍ବାରା ଏକ ଗାଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବ । ରାଜସ୍ୱ ଗାଁରେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ । ଏଥିସହିତ ଯେଉଁ ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହେବା ଦରକାର, ସେନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.