ଭୁବନେଶ୍ବର: ରହୟରେ ଚାଲିଛି ବିଜେପି ଓ ବିଜେଡିର ବାକଯୁଦ୍ଧ। ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଥିବାର ଦେଖିବାକୁ ମିଳୁଛି। ଆଜି ଦଳ ବଦଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ବିଜେଡିର ୨୭ ବିଧାୟକ ଆମ ସହ ଯୋଗଯୋଗରେ ଅଛନ୍ତି। ୨୭ ଜଣ ବିଧାୟକ ଆମ ଦଳରେ ମିଶିଲେ ଆମେ ସେମାନଙ୍କୁ ସ୍ୱାଗତ କରିବୁ। କିଛି ବଡ଼ ପଦବି ମଧ୍ୟ ଦିଆଯାଇପାରେ। କ’ଣ ଦାୟିତ୍ୱ ଦିଆଯିବ, ଦଳର ନେତୃତ୍ୱ ସ୍ଥିର କରିବେ।
ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ବିଜେଡି ଏବେ ବିଗ ଜିରୋ। ତେଣୁ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ବିଜେଡିର ଆଉ ଭବିଷ୍ୟତ ନାହିଁ। ବିଜେଡି ଆଉ ରହିବନି। ଖାଲି ବିଧାୟକ ନୁହଁନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ। କେହି ବିଜେପି ଛାଡ଼ି ବିଜେଡି ଯିବେନି। ବୋଧ ହୁଏ ମୁନା ଖାଁ ଜାଣି ନାହାନ୍ତି ୧୪ ବିଧାୟକ ଦଳ ଛାଡିଲେ ଦଳ ବଦଳ ଆଇନ ଲାଗୁ ହେବ। କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ।