Latest Odisha News

BREAKING NEWS

ନେଦରଲାଣ୍ଡ ବିପକ୍ଷରେ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ବିଜୟ ସ୍ୱାଦ ଚାଖିଛି । ଭାରତ ଏବଂ ଜିମ୍ବାୱେ ନିକଟରୁ ହାରିବା ପରେ ପାକିସ୍ତାନ ତାର ତୃତୀୟ ମ୍ୟାଚରେ ନେଦରଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୯୧ ରନ କରିଥିଲା । କଲିନ ଆକରମ୍ୟାନ ୨୭ ରନ କରିଥିଲେ । ପାକିସ୍ତାନର ଶାଦବ ଖାଁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ c୯୨ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୩.୫ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ମହମ୍ମଦ ରିଜୱାନ ୪୯ ଏବଂ ଫଖର ଜମାନ ୨୦ ରନର ଇନିଂସ ଖେଳିଥିଲେ ।

ଜିମ୍ବାୱେ ପକ୍ଷରୁ ବ୍ରାଣ୍ଡନ ଗ୍ଲୋଭର ୨ଟି ଏବଂ ପଲ ଭ୍ୟାନ ମୀକରାନ ଗୋଟିଏ ୱିକେଟ ନେଇଥିଲେ । ଶାଦବ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ତଥାପି ଏହି ମ୍ୟାଚରେ ପାକିସ୍ତାନ ଟପ ଅର୍ଡର ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ ।

Leave A Reply

Your email address will not be published.