Latest Odisha News

BREAKING NEWS

ବ୍ୟାଙ୍କକ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨୭ ମୃତ, ବହୁ ଆହତ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ସୋମବାର ପ୍ରତ୍ୟୁଷରେ ଏକ ପବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଆହତ ହୋଇଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଘଟଣାସ୍ଥଳର ପ୍ରତ୍ୟକ୍ଷଦର୍ଶୀମାନେ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳୁଛି। ଯେଉଁଥିରେ ପବ୍‌ର ଦ୍ୱାରରୁ ନିଆଁ ଏବଂ ଧୂଆଁ ବାହାରୁଥିବା ବେଳେ ଲୋକମାନେ ବାହାରିବାକୁ ଚେଷ୍ଟା କରୁଛନ୍ତି।

ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ମଧ୍ୟରାତ୍ରିରେ ଉତ୍ତର ବ୍ୟାଙ୍କକ୍‌ର ନା ଲାଡପ୍ରାଓ ପବ୍‌ରେ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ପାଇଥିଲେ। ଘଟଣାସ୍ଥଳରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି।

ଥାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପବ୍‌ରେ ପରିବେଷଣ କରୁଥିବା ଜଣେ ସଂଗୀତଜ୍ଞ କହିଥିଲେ ଯେ ବିଦ୍ୟୁତ୍ ଚାଲିଯିବା ପୂର୍ବରୁ ସେ ଷ୍ଟେଜ୍ ପାଖରେ ଥିବା ଏକ ସର୍କିଟ୍ ବ୍ରେକରରୁ ଧୂଆଁ ବାହାରୁଥିବା ଦେଖିଥିଲେ। ତା’ପରେ ସେ ଏକ ଶବ୍ଦ ଶୁଣିଲେ ଏବଂ ସମଗ୍ର ଅଞ୍ଚଳ ଘନ ଧୂଆଁରେ ଭରି ଯାଇଥିଲା।

 

Leave A Reply

Your email address will not be published.