ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କାୟା ବିସ୍ତାର କିରିବାରେ ଲାଗିଛି ମାରାତ୍ମକ ଭୂତାଣୁ କୋଭିଡ-୧୯ । ଦିନକୁ ଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍ଆର୍ର ସୂଚନା ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ହୋଇଛି ।
Indian Council of Medical Research (ICMR): A total of 271 individuals have been confirmed positive among suspected cases and contacts of known positive cases pic.twitter.com/Q4YmRVLDDB
— ANI (@ANI) March 21, 2020
ସବୁଠୁ ଅଧିକ ପଜିଟିଭ କେସ୍ ମାହାରାଷ୍ଟ୍ରରେ ଥିବା ବେଳେ ଅଜି ହଠାତ୍ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଶୁକ୍ରବାର ସୁଦ୍ଧ ଦିଲ୍ଲୀରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ୬ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।
୨୦ରୁ ଅଧିକ ରାଜ୍ୟକୁ ବ୍ୟାପିଲାଣି କରୋନା ଭାଇରସ । ଫଳରେ ସବୁ ରାଜ୍ୟରେ ଲକ୍ଡାଉନ୍ ପରିସ୍ଥିତି ଦେଖାଦେଇଛି । ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ଆହ୍ୱନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ପାଳନ କରିବା ପାଇଁ ସବୁ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରାଉଛନ୍ତି ।
Comments are closed.