Latest Odisha News

BREAKING NEWS

ଟ୍ୱିନସିଟିରେ ବସ, ଟ୍ରକ ପାଇଁ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ସାର୍ବଜନିକ ପରିବହନ ଯାନ ଟ୍ରକ ଓ ବସ ପାଇଁ ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ ବୋଲି ଶନିବାର ଦିନ ପୋଲିସ କମିଶନରେଟ୍ ସ୍ପଷ୍ଟ କରିଛନ୍ତି ।

ଏହା ପୂର୍ବରୁ ଶୁକ୍ରବାର ଦିନ ପୋଲିସ ରାସ୍ତାରେ ଯାନବାହନ ଗୁଡିକର ସଂଖ୍ୟା କମ୍ କରି କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିଥିଲା ।

ଟ୍ରାଫିକ ଡିସିପି ସାଗରିକା ନାଥ ଶନିବାର ଦିନ ଟ୍ୱିଟ କରି ଜଣାଇଛନ୍ତି କି, ଯୁଗ୍ମ-ଅଯୁଗ୍ମ ନିୟମ ଅଟୋ ଓ ଟାକ୍ସି ଚଳାଚଳ କ୍ଷେତ୍ରରେ ଲାଗୁ କରାଯାଇଛି । କିନ୍ତୁ ଏହି ଆଦେଶ ଟ୍ରକ ଓ ବସ ଚଳାଚଳ କ୍ଷେତ୍ରରେ ଲାଗୁ ହେବାକୁ ନେଇ ଅପପ୍ରଚାର କରାଯାଉଛି ।

ଏହା ବ୍ୟତୀତ ଯୁଗ୍ମ-ଅଯୁଗ୍ମ ନିୟମ ବ୍ୟକ୍ତିଗତ ଯାନବାହନ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଉଥିବା ଯାନ ଉପରେ ଲାଗୁ ହେବନାହିଁ ।

Leave A Reply

Your email address will not be published.