Latest Odisha News

BREAKING NEWS

ବିଦେଶରେ ୨୭୬ ଭାରତୀୟ କରୋନା ଦ୍ୱାରା ସଂକ୍ରମିତ: ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଦେଶରେ ଥିବା ୨୭୬ଜଣ ଭାରତୀୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୫୫ ଜଣ ଇରାନରେ ଥିବାବେଳେ ୟୁଏଇରେ ୧୨ଜଣ, ଇଟାଲୀରେ ୫, ହଂକଂ, କୁଏତ୍‌, ରୱାଣ୍ଡା ଓ ଶ୍ରୀଲଙ୍କାରେ ଜଣେ ଜଣେ ଭାରତୀୟ ଥିବା ଜଣାପଡିଛି । ଏନେଇ ବିଦେଶ ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ ବୁଧବାର ଦିନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି । ଇରାନରେ ଥିବା ସଂକ୍ରମିତ ଭାରତୀୟଙ୍କ ସ୍ୱାସ୍ଥ୍ରବସ୍ଥା ଉପରେ ଭାରତୀୟ ରାଷ୍ଟ୍ରଦୂତ ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।

ତେବେ ଭାରତରେ କରୋନାଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୫ଜଣ ବିଦେଶୀ ନାଗରିକ ଅଛନ୍ତି ।

Leave A Reply

Your email address will not be published.