Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ଏଯାଏଁ ଶବ ସତ୍କାର ନେଇ ଧାର୍ଯ୍ୟ ହୋଇନି ତାରିଖ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଏବେ ବି ଏମ୍ସ ହସ୍ପିଟାଲରେ ୨୮ ଅଚିହ୍ନା ମୃତଦେହ ପଡିରହିଛି  । ଏସବୁର ସତ୍କାର କିଭଳି ଭାବରେ ସୁରୁଖୁରୁରେ କରାଯାଇପାରିବ , ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି ।  ଯଦି ଏହି ସମୟ ମଧ୍ୟରେ କେହି ମୃତକଙ୍କ ସମ୍ପର୍କୀୟ ଆସୁଛନ୍ତି , ତେବେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ  । ସବୁ ସରକାରୀ ନିୟମ ଅନୁପାଳନରେ ଶବ ସତ୍କାର ନେଇ ଆଲୋଚନା କରାଯାଉଛି । ଘଟଣାକୁ ନେଇ ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଶବ ସତ୍କାର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ କରାଯାଇନି  ।

ସରକାରୀ ନିୟମ ଅନୁପାଳନରେ ଏସବୁ ମୃତଦେହକୁ ସତ୍କାର କରାଯିବ  । ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାରଙ୍କ ଉପସ୍ଥିତିରେ ଶବ ଗୁଡିକର ଅନ୍ତିମ ସଂସ୍କାର କରାଯିବ  । ଅନ୍ୟପଟେ ଏହି ଘଟଣାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି  ଏନେଇ ଚିଫ ସେକ୍ରେଟାରୀ ସ୍ତରରେ ଆଲୋଚନା ହୋଇଥିଲା । ଏବେ ପର୍ଯ୍ୟନ୍ତ ବାହାନଗା ରେଳ ଦୁର୍ଘଟଣାର ୨୮ ଅପରିଚିତ ମୃତଦେହ ରହିଛି  । ସେଗୁଡ଼ିକୁ ବିଏମସି ଉପସ୍ଥିତିରେ ସତ୍ୟନଗର ଓ ଭରତପୁର ଶ୍ମଶାନରେ ଦାହ କରାଯିବ  ।

Leave A Reply

Your email address will not be published.