Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ଏଯାଏଁ ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାର ସାମିଲ ହେବେ । ଏଯାଏ ସତ୍କାର ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନି । ସବୁ ସରକାରୀ ନିୟମ ଅନୁପାଳନରେ ସତ୍କାର ପାଇଁ ଆଲୋଚନା ଚାଲିଛି । ଏହା ଭିତରେ ଯଦି ମୃତକଙ୍କର କେହି ସମ୍ପର୍କୀୟ ଆସିବେ , ତେବେ ମୃତଦେହ ଦିଆଯିବ  । ମୃତଦେହ ଗୁଡିକ ଫ୍ରିଜରେ ରହିବାର ୩ରୁ ୪ ମାସ ହୋଇଗଲାଣି । ତେଣୁ ଏସବୁକୁ ଆଉ ବେଶୀ ଦିନ ରଖିହେବନି ।

BjdElectrycity

ସେପଟେ ଏହି ଘଟଣାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି  ଏନେଇ ଚିଫ ସେକ୍ରେଟାରୀ ସ୍ତରରେ ଆଲୋଚନା ହୋଇଥିଲା l ସ୍ପେଶିଆଲ ଡିଜାଷ୍ଟର ମ୍ୟାନଜମେଣ୍ଟରେ ରାଜ୍ୟ ସରକାର ଆଗରୁ ମଧ୍ୟ ରେକର୍ଡ଼ କରିଛନ୍ତି  । ଏହାକୁ ମଧ୍ୟ ସୁରୁଖୁରୁରେ ସମାପନ କରାଯିବ  । ଏବେ ପର୍ଯ୍ୟନ୍ତ ବାହାନଗା ରେଳ ଦୁର୍ଘଟଣାର ୨୮ ଅପରିଚିତ ମୃତ ଶରୀର ରହିଛି  । ସେଗୁଡ଼ିକୁ ଦାହ କରିବ ବିଏମସି l ପ୍ରଥମେ ଖୋର୍ଦ୍ଧା କଲେକ୍ଟରଙ୍କୁ ସିବିଆଇ ପକ୍ଷରୁ ଚିଠି ମିଳିଥିଲା  । ଏହାପରେ  ପରେ ତାଙ୍କ ପକ୍ଷରୁ ବିଏମସିକୁ ଚିଠି ମିଳିଥିଲା ।   ପରେ ଏମ୍ସ ସିବିଆଇକୁ ଚିଠି ଲେଖିଛନ୍ତି l ସିବିଆଇ ପକ୍ଷରୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମାପନ କରାଯିବ l ସତ୍ୟନଗର ଓ ଭରତପୁର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ  ।

Leave A Reply

Your email address will not be published.