Latest Odisha News

BREAKING NEWS

ସ୍ୱାଧୀନତାକୁ ୭୭ବର୍ଷ ପରେବି ଗାଁ କୁ ନାହିଁ ରାସ୍ତା, ରେଳ ଧାରଣା ଦେଇ ଯାଉଛନ୍ତି ଗ୍ରାମବାସୀ

ଜଳେଶ୍ୱର: ଦେଶ ସ୍ୱାଧୀନତାକୁ ଇତି ମଧ୍ୟରେ ୭୭ବର୍ଷ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଗ୍ରାମକୁ ରାସ୍ତାଟିଏ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଦେଶ, ବିକାଶର ଅମୃତ ମହୋତ୍ସଵ ପାଳନ କରୁଥିବା ବେଳେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଚାଷୀମାନେ ରେଳ ଧାରଣାକୁ ମୁଖ୍ୟ ରାସ୍ତା ଭାବେ ବ୍ୟବହାର କରୁଛନ୍ତି । ଏଥିପାଇଁ ବହୁ ସମୟରେ ଜୀବନ ହରାଇବାକୁ ମଧ୍ୟ ପଡୁଥିଲେ ମଧ୍ୟ ଗ୍ରାମବାସୀଙ୍କ ଦୁର୍ଦ୍ଦସାରେ ସୁଧାର ଆସି ପାରୁନାହିଁ ।

ଏ ହେଉଛି ଜଳେଶ୍ୱର ସହର ଠାରୁ ମାତ୍ର ୧କିଲୋମିଟର ଦୂରରେ ଥିବା ରାଜପୁର ପଞ୍ଚାୟତ ଓଳିନ୍ଦା ଗ୍ରାମର କାହାଣୀ । ଏହି ଗ୍ରାମର ରାସ୍ତାଟି ରାଜ୍ୟ ସରକାରଙ୍କ ଅଧିନରେ ନାହିଁ । ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତାର ୬୦୦ରୁ ୭୦୦ମିଟର ରାସ୍ତା କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଅଧିନରେ ରହିଛି । ଯାହାପାଇଁ ଦୁର୍ଦ୍ଦସା ଭୋଗୁଛନ୍ତି ଗ୍ରାମବାସୀ । ରାସ୍ତା ମରାମତି ପାଇଁ ଗ୍ରାମବାସୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ଯେତେ କାକୁତିମିନତି ହେଲେ ମଧ୍ୟ ଆଜି ଯାଏଁ ଗ୍ରାମବାସୀଙ୍କ ଭାଗ୍ୟରେ କୌଣସି ବି ପରିବର୍ତ୍ତନ ଆସିନାହିଁ । ଗ୍ରାମର ଗୋଟିଏ ପଟରେ ରହିଛି ଉ.ପ୍ରା ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଦେବାଦେବୀ ମନ୍ଦିର, ଚାଷ କ୍ଷେତ ଇତ୍ୟାଦି । କିନ୍ତୁ ମଝିରେ ଥିବା ରେଳ ଲାଇନ ଗ୍ରାମଟିକୁ ଦୁଇ ଭାଗରେ ବିଭୋକ୍ତ କରିଛି । ରାତିଦିନ ସବୁବେଳେ ରେଳ ଲାଇନ ଉପରେ ଚାଲିବାକୁ ପଡୁଛି ଗ୍ରାମବାସୀଙ୍କୁ । ଓଳିନ୍ଦା ଗ୍ରାମର ଉଚ୍ଚ ବିଦ୍ୟାଳୟକୁ ନିକଟ ମୋହମ୍ମଦନଗର ପାଟଣା ଗ୍ରାମ ପଞ୍ଚାୟତର କୁବାଡିଆ , ଜଳେଶ୍ୱରପୁର , ଗୋଡ଼ମୁହାଁ , ତୋରିବର୍ତ୍ତପୁର , ଚକ୍ରଡା ଇତ୍ୟାଦି ୫ଟି ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଆସିଥାନ୍ତି । ମାତ୍ର ରାସ୍ତାର ସଂଯୋଗ ନଥିବାରୁ ପ୍ରତ୍ୟକ ଦିନ ରେଳଲାଇନ ଉପରେ ଚାଲିଚାଲି ଆସିବାକୁ ପଡିଥାଏ ।

କିଛିଦିନ ପୂର୍ବରୁ ୩ଜଣ ଛାତ୍ରୀ ରେଳଧାରଣାରେ ସ୍କୁଲ ଆସୁଥିବା ବେଳେ ଜଣେ ଛାତ୍ରୀ ରେଳ ଧକ୍କାରେ ପ୍ରାଣ ହୋରଇଥିଲେ ଓ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ  । ବର୍ଷ ବର୍ଷ ଧରି ଏହି ଅସୁବିଧାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ବା ସରକାର କୈଣସି ପଦକ୍ଷେପ ନେଇନାହାନ୍ତି । ଗ୍ରାମର ଏହି ଦୁର୍ଦ୍ଦଶା ବିଷୟରେ ଅବଗତ ହୋଇ ଜଳେଶ୍ୱର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପୁତ୍ର ତଥା ବିଜେପି ଯୁବନେତା ଦିବ୍ୟକାମ ମହାନ୍ତି ଉକ୍ତ ଗ୍ରାମକୁ ପରିଦର୍ଶନରେ ଯାଇ ଲୋକଙ୍କ ମଧ୍ୟରେ ଆସାର ଆଲୋକ ଦେଖାଇଛନ୍ତି । ରେଳ ବିଭାଗ ଓ ରେଳମନ୍ତ୍ରୀଙ୍କ ନିକଟରେ ଗ୍ରାମକୁ ରାସ୍ତା କରିବାପାଇ ଦାବି ରଖିବେ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯୁବନେତା ଦିବ୍ୟକାମ ମହାନ୍ତି ।

Leave A Reply

Your email address will not be published.