ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍ ଜନମନ) ଯୋଜନାରେ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରିଛି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ । ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବ ବୋଲି ସୂଚନା ରହିଛି ।
ଏବେ ସୁଦ୍ଧା ଏହି ଯୋଜନା ଅଧିନରେ ଓଡ଼ିଶା ପାଇଁ ୨୧୧.୧୪ କିଲୋମିଟର ଲମ୍ବ ୬୬ଟି ସଡ଼କ ପ୍ରକଳ୍ପ ଏବଂ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଏଥିପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୧୯ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ପିଏମ ଜନମନ ଯୋଜନାକୁ ବିକଶିତ ଭାରତ ଦୃଷ୍ଟିକୋଣ ନେଇ ପ୍ରସ୍ତୁତ କରାଯାଇଛି । ଏହା ଅଧୀନରେ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକର ପରିବର୍ତ୍ତନକାରୀ ପ୍ରଭାବ ଜନଜାତୀୟ ସମୁଦାୟର ବିକାଶ ଓ ସମୃଦ୍ଧିରେ ଯୋଗଦାନ କରିବା ସହିତ ସେମାନଙ୍କର ସମାବେଶୀ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ମଜଭୁତ ହେବ ।
Comments are closed.