Latest Odisha News

BREAKING NEWS

୭୦ ବର୍ଷୀୟ ବୃଦ୍ଧଙ୍କୁ ବିବାହ କଲେ ୨୮ ବର୍ଷୀୟ ଯୁବତୀ

କାଲିଫର୍ନିଆ: କଥାରେ ଅଛି ପ୍ରେମ କେତେବେଳେ, କାହାକୁ, କେଉଁଠି ହେବ କେହି କହିପାରିବେନି । ପ୍ରେମ ମାନେନା ବୟସ । ଏବେ ଠିକ୍ ସେପରି ୨୮ ବର୍ଷୀୟା ଯୁବତୀ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପାଗଳ । ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ୪୨ ବର୍ଷର ପାର୍ଥକ୍ୟ ରହିଛି । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଏବେ ଏମାନଙ୍କ ପ୍ରେମ କାହାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଜ୍ୟାକି ନାମକ ଜଣେ ଯୁବତୀ ଫିଲିପାଇନ୍ସରେ ରୁହନ୍ତି । ଜ୍ୟାକିଙ୍କ ଏକ ଡେଟିଂ ଆପ୍ ଜରିଆରେ କାଲିଫର୍ନିଆର ବାସିନ୍ଦା ଡ଼ାଭିଡ଼ ନାମକ ବୃଦ୍ଧଙ୍କୁ ଭେଟିଥିଲେ । ଧିରେ ଧିରେ କଥାବାର୍ତ୍ତା ହେବା ପରେ ଡ଼ାଭିଡ଼ଙ୍କ ପ୍ରେମରେ ପଡ଼ିଯାଇଥିଲେ ଜ୍ୟାକି । ଏହାପରେ ସମ୍ପର୍କକୁ ଆଗକୁ ନେଇ ଉଭୟ ବିବାହ କରିନେଇଛନ୍ତି । ଉଭୟଙ୍କର ଫଟୋ ଏବଂ ପ୍ରେମକାହାଣୀ ସାମ୍ନାକୁ ଆସିବା ପରେ ଅନେକ ଯୁବତୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । କିଛି ଲୋକ ବୃଦ୍ଧଙ୍କୁ ଟଙ୍କା ଲାଗି ସେ ବିବାହ କରିଥିବା କହିଥିଲେ । ହେଲେ ଏସବୁର ଫରକ ଯୁବତୀଙ୍କ ଉପରେ ପଡ଼ି ନ ଥିଲା । ସେ ନିଜର ଭଲପାଇବା ଶାଶ୍ୱତ ବୋଲି କହିଥିଲେ । ଏବେ ଦୁହେଁ ସୁଖୀ ଦାମ୍ପତ୍ୟଜୀବନ ଅତିବାହିତ କରୁଛନ୍ତି ।

Leave A Reply

Your email address will not be published.