Latest Odisha News

BREAKING NEWS

୧୨ ଦିନରେ ୧୦ଟି ରାଜ୍ୟକୁ ୨୮୧ଟି ଅକ୍ସିଜେନ ଟ୍ୟାଙ୍କର ପଠାଇଛି ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ଗତ ୧୨ ଦିନ ମଧ୍ୟରେ ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ୨୮୧ଟି ଅକ୍ସିଜେନ ଟ୍ୟାଙ୍କର ପଠାଇବାରେ ସଫଳ ହୋଇଛି।

ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁ ସମେତ ଅନ୍ୟ ରାଜ୍ୟକୁ ରାଉରକେଲା, ଜଜପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରୁ ଅମ୍ଳଜାନ ପରିବହନ ପାଇଁ ପୋଲିସ ଏକ ଗ୍ରୀନ୍‌ କରିଡର ସ୍ଥାପନ କରିଥିଲା।

ଅନୁଗୁଳରୁ ୩୧ ଟି ଟ୍ୟାଙ୍କର୍ ପଠାଯାଇଥିବାବେଳେ ୬୪ ଟି ଢେଙ୍କାନାଳ, ୭୪ଟି ଜଣ ଯାଜପୁରରୁ ଏବଂ ୧୧୨ଟି ରାଉରକେଲାରୁ ପଠାଯାଇଛି।

ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ ୮୩ ଟି ଟ୍ୟାଙ୍କର୍ ଅମ୍ଳଜାନ ପାଇଥିବାବେଳେ ୭୬ ଟି ତେଲେଙ୍ଗାନା ଏବଂ ୭ ଟି ତାମିଲନାଡୁକୁ ପଠାଯାଇଛି। ସେହିଭଳି ହରିୟାଣା ୩୫ ଟି ଟ୍ୟାଙ୍କର୍ ଗ୍ରହଣ କରିଥିବା ବେଳେ, ମହାରାଷ୍ଟ୍ରକୁ ୧୩ ଟି କଣ୍ଟେନର୍‌ ଏବଂ ୧୪ ଟି ଟ୍ୟାଙ୍କର୍ ଛତିଶଗଡକୁ ପଠାଯାଇଛି।

ୟୁପି ୨୪ ଟ୍ୟାଙ୍କର୍ ଏବଂ ମଧ୍ୟପ୍ରଦେଶ ୨୬ ଟି ଟ୍ୟାଙ୍କର୍ ଗ୍ରହଣ କରିଥିବାବେଳେ ୨ଟି ଦିଲ୍ଲୀ ଏବଂ ଗୋଟିଏ ପଞ୍ଜାବକୁ ପଠାଯାଇଛି।

Comments are closed.