Latest Odisha News

BREAKING NEWS

ରାଜ୍ୟରେ ୨୯ଜଣଙ୍କ ଜୀବନ ନେଇଛି ବ୍ଲାକ୍‌ ଫଙ୍ଗସ୍

ଭୁବନେଶ୍ୱର: ବ୍ଲାକ୍‌ ଫଙ୍ଗସ୍ କିମ୍ବା ମ୍ୟୁକୋର୍ମାଇକୋସିସ୍ କାରଣରୁ ଓଡିଶାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ରାଜ୍ୟରେ ମୋଟ ୨୧୨ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ସେଥିରୁ ୬୮ ଜଣ ସୁସ୍ଥ ହୋଇଥିବାବେଳେ ୧୦୯ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ବିଭାଗ କହିଛି।

ସୂଚନା ଅନୁଯାୟୀ ଜୁଲାଇ ୭ ପର୍ଯ୍ୟନ୍ତ ରାଜ୍ୟରେ ୧୪୦ ଟି ବ୍ଲାକ୍‌ ଫଙ୍ଗସ୍ ମାମଲା ରିପୋର୍ଟ ହୋଇଥିଲା। ସେଥିମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.