Latest Odisha News

ନିଜ ଜୀବନକୁ ନେଇ ଖୁସିନଥିଲେ ଲେଖି ଆତ୍ମହତ୍ୟା କଲେ ଅଭିନେତ୍ରୀ

ଚେନ୍ନାଇ: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକା ଓରଫ୍ ଦୀପାଙ୍କ ଆତ୍ମହତ୍ୟା। ସେ ଚେନ୍ନାଇସ୍ଥିତ ଭିରୁଗମ୍ବାକମ ମଲ୍ଲିକା ଭେନ୍ୟୁରେ ଥିବା ନିଜ ଆପାର୍ଟମେଣ୍ଟରେ ରବିବାର ରାତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨୯ ବର୍ଷିୟ ଦୀପା ଆନ୍ଧ୍ର ପ୍ରଦେଶ ବାସିନ୍ଦା। ତେବେ ତାଙ୍କ ମୃତ୍ୟୁର ଅସଲ କାରଣ ଜଣାପଡ଼ିନଥିବା ବେଳେ ମୃତଦେହ ନିକଟରେ ଏକ ସୁସାଇଡ ନୋଟ୍ ଜବତ କରିଛି ପୋଲିସ।

ଏହି ନୋଟରେ ସେ ଲେଖିଛନ୍ତି, ସେ କେବେ ବି ଖୁସି ନୁହଁନ୍ତି। ନିଜ ଜୀବନ ସହ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କୁ କେହି ସମର୍ଥନ କିମ୍ବା ସହଯୋଗ କରୁନାହାଁନ୍ତି। ତେଣୁ ସେ ପ୍ରେମକୁ ପରିତ୍ୟାଗ କରି ନିଜ ଜୀବନ ସାରିବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀପା ଚଳଚ୍ଚିତ୍ର ‘ଥୁପ୍ପାରିଭାଲାନ’ ଏବଂ ‘ବୈଥା’ ରେ ତାଙ୍କ ଭୂମିକା ପାଇଁ ବେଶ ଜଣାଶୁଣା।

ଅଭିନେତ୍ରୀଙ୍କ ବନ୍ଧୁ ପ୍ରଭାକରନ୍ ତାଙ୍କ ଆପାର୍ଟମେଣ୍ଟକୁ ଯାଇ କବାଟରେ ତାଲା ପଡ଼ିଥିବାର ଦେଖିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ସେ ଆନ୍ଧ୍ରପ୍ରଦେଶର ଚିତ୍ତୋରରେ ସ୍ଥାନୀୟ ପୋଲିସ ଏବଂ ତାଙ୍କ ଭାଇଙ୍କୁ ସୂଚନା ଦେଇଥିଲେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।

Comments are closed.