Latest Odisha News

BREAKING NEWS

ଟି୨୦ କ୍ରିକେଟ ସିରିଜ: ବିଶ୍ୱ ଚାମ୍ପିୟନକୁ ଭେଟିବ ଏକ ନମ୍ବର ଟିମ

ମୋହାଲୀ: ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପୂର୍ବରୁ ଏହି ମୁକାବିଲା ଉଭୟ ଦଳ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ ପାଇଁ ବେଶ ଜରୁରୀ । ବିଶ୍ୱଚାମ୍ପିୟନ ଏବଂ ଏକ ନମ୍ବର ଟିମ ମଧ୍ୟରେ ମୁକାବିଲା ଦେଖିବାକୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଅଧିନାୟକ ରୋହିତ ଶର୍ମା ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସିରିଜରେ ଭାରତ ସମସ୍ତ ପ୍ରଶ୍ନର ଉତର ଖୋଜିବାକୁ ଚାହିଁବ । ଏସିଆ କପରେ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବୋଲରମାନେ ନିରାଶ କରିଥିଲେ । ହର୍ଷଲ ପଟେଲ ଓ ଯଶପ୍ରୀତ ବୁମରାହ ଦଳକୁ ଫେରିଥିବାରୁ ଟିମ ଇଣ୍ଡିଆ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି । ବିରାଟ କୋହଲିଙ୍କୁ ଓପନର ଭାବେ ବ୍ୟବହାର କରିବା ନେଇ ରୋହିତ ସୂଚନା ଦେଇ ସାରିଛନ୍ତି । ସେ ଏଥିରେ ସଫଳ ହେଲେ ଭାରତ ନିକଟରେ ଅନେକଗୁଡିଏ ବିକଳ୍ପ ରହିବ । ସେହିପରି ରିଷଭ ପନ୍ତ ଓ ଦୀନେଶ କାର୍ତିକଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ନେଇ ଅଧିନାୟକ ଦ୍ୱନ୍ଦ୍ୱରେ ରହିଛନ୍ତି । ଏସିଆ କପରେ ରବୀନ୍ଦ୍ର ଜାଡେଜା ଆହତ ହେବା ପରେ ଭାରତକୁ ୫ ବୋଲର ଖେଳାଇବାକୁ ପଡିଥିଲା, ଯାହାକି ଟିମ କମ୍ବିନେଶନ ବିଗାଡି ଦେଇଥିଲା ।

ଅପରପକ୍ଷରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଂଚ ଏହି ସିରିଜ ମାଧ୍ୟମରେ ଫର୍ମକୁ ଫେରିବାକୁ ଚାହିଁବେ । ଭାରତ ଗସ୍ତରେ ଡେଭିଡ ୱାର୍ଣ୍ଣର, ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ସିଙ୍ଗାପୁର ପକ୍ଷରୁ ଖେଳିଥିବା ଟିମ ଡେଭିଡ ଅଷ୍ଟ୍ରେଲିଆ ତରଫରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଦଳର ନଜର ରହିବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୩ ମ୍ୟାଚ ଖେଳାଯିବ । ଭାରତ ୧୩ ଏବଂ ଅଷ୍ଟ୍ରେଲିଆ ୯ ଥର ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ ଫଳାଫଳ ବିହୀନ ରହିଥିଲା । ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ସହ ଭାରତ ୭ଟି ମ୍ୟାଚ ଖେଳିଛି । ଏଥିରେ ଟିମ ଇଣ୍ଡିଆ ୪ ଓ ଅଷ୍ଟ୍ରେଲିଆ ୩ ମ୍ୟାଚରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.