ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ୬୦୧ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨କୁ ବୃଦ୍ଧି ପାଇଛି । ଏଥିସହ ଗୋଟିଏ ଦିନରେ ୧୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଦେଶରେ ଦେଖାଯାଇଥିବା ମୋଟ ସଂକ୍ରମଣ ସଂଖ୍ୟାର ୧୦୨୩ ଜଣ ତବଲିଗି ଜମାତ ସହ ସମ୍ପର୍କିତ ଥିବା ସେ କହିଛନ୍ତି । ୧୭ଟି ରାଜ୍ୟରୁ ଏହି ୧୦୨୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଦେଶରେ ମୋଟ ୨୯୦୨ ଜଣ ସଂକ୍ରମିତଙ୍କ ମଧ୍ୟରେ ପ୍ରାୟ ୯ ପ୍ରତିଶତଙ୍କ ବୟସ ୨୦ ବର୍ଷରୁ କମ୍ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଦେଶରେ କରୋନା ଟେଷ୍ଟିଂ ଏବେ ଦିନକୁ ୧୦ ହଜାର ରହିଛି । ଏହାକୁ ଆହୁରି ବଢ଼ାଇବାକୁ ସରକାର ଉଦ୍ୟମ ଚଳାଇଛନ୍ତି ବୋଲି ଲବ ଅଗ୍ରୱାଲ କହିଛନ୍ତି । ଅନ୍ୟପଟେ ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସାରା ଦେଶରେ ମୋଟ ୨୨ ହଜାର ତାବଲିଗି ଜମାତ କର୍ମୀଙ୍କ ଚିହ୍ନଟ କରାଯାଇ ଏକାନ୍ତବାସରେ ରଖାଯାଇଛି ।
BREAKING NEWS
- Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ
- କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ
- ୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର
- ପୋଲାଭରମ ସମସ୍ୟା ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଲା ବିଜେଡି
- ଚଳିତବର୍ଷ ରଥ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ; ଡିଏଫଓ ଯୋଗାଇବେ ଚାରମାଳ କାଠ
- Trump’s 500% Tariff Threat: ‘କୌଣସି ଚାପରେ ଭାରତର ଶକ୍ତି ନୀତି ପରିବର୍ତ୍ତନ ହେବ ନାହିଁ,’ ଟ୍ରମ୍ପଙ୍କ ୫୦୦% ଶୁଳ୍କ ପ୍ରସ୍ତାବିତ ବିଲ୍ କୁ ନେଇ ଭାରତର ଦୃଢ଼ ପ୍ରତିକ୍ରିୟା
- ତାମିମ ଇକବାଲଙ୍କୁ ଭାରତର ଏଜେଂଟ କହଲେ ବିସିବି ଅଧିକାରୀ
- Private bus plunges into gorge: ଖାଇକୁ ଖସି ପଡିଲା ବସ୍ ..ଚାଲିଗଲା ୧୨ ଜୀବନ, ୩୩ ଗୁରୁତର
- ଗଣତନ୍ତ୍ର ଦିବସ ପୂର୍ବରୁ ଚିଲ, ଶାଗୁଣାଙ୍କୁ ଚିକେନ ପାର୍ଟି
- ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସତ୍ତ୍ୱାଧିକାର ନେଇ ଆଇନ ମନ୍ତ୍ରୀଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କଲେ ଜଷ୍ଟିସ୍ ଡିପି ଚୌଧୁରୀ କମିଟି
Comments are closed.