Latest Odisha News

BREAKING NEWS

ଇଂଲିଶ ପ୍ରିମିୟର ଲିଗ୍ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ୍ ଲୋକପ୍ରିୟ ଫୁଟବଲ ଟୁର୍ନାମେଂଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରିଦିଆଯାଇଛି । କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ ନ ହେଲା ପର୍ଯ୍ୟନ୍ତ ଏହା ଖେଳାଯିବ ନାହିଁ । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଆମର ଦାୟିତ୍ୱ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ପ୍ରିମିୟର ଲିଗ କେବେ ହେବ, ତା’କୁ ନେଇ ଏଥିରେ ଅଂଶ ଗ୍ରହଣ କରିବାକୁ ଥିବା ୨୦ଟି ଯାକ ଟିମ୍‌ର ବୈଠବ ବସିଥିଲା । ସର୍ବ ସମ୍ମତିକ୍ରମେ ଏହି ନିଷ୍ପତି ନିଆଯାଇଛି ।

ଏହି ଇଂଲିଶ ଫୁଟବଲ ଲିଗ କରୋନା ବିଶ୍ୱ ମହାମାରୀ ରୂପ ନେବା ପୂର୍ବରୁ ଆରମ୍ଭ ହୋଇଥିଲା। ଦିନକୁ ଦିନ ଏହା ବ୍ୟାପିବାରୁ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ ୩୦ ପରେ ଅର୍ଥାତ ମେ’ ମାସ ପ୍ରଥମ ସପ୍ତାହରୁ ପୁଣି ଆରମ୍ଭ ହେବାର ଥିଲା। କିନ୍ତୁ ବର୍ତ୍ତମାନ ପରିବେଶ ସୁରକ୍ଷିତ ନ ହେବା ଯାଏ ଏହାକୁ ବନ୍ଦ ରଖାଯିବ। ସମସ୍ତ ୨୦ଟି ଯାକ କ୍ଲବ ମିଳିତ ଭାବେ ସରକାର ଓ ମେଡିକାଲ ପକ୍ଷରୁ ଜାରି କରୋନା ସମ୍ପର୍କିତ ଗାଇଡଲାଇନକୁ ପାଳନ କରିବବେ। ଅଧିକାଂଶ ଟିମ୍ ଆହୁରି ୯ରୁ ୧୦ଟି ମ୍ୟାଚ୍ ଖେଳିବାର ଥିଲା। ହେଲେ କରୋନା ସବୁ କିଛି ବିଗାଡ଼ି ଦେଇଛି।

Leave A Reply

Your email address will not be published.