Latest Odisha News

BREAKING NEWS

ରାଜଧାନୀର ବିସ୍କୁଟ କାରଖାନାରୁ ୨୮, ପୋଲିସ ସିକ୍ୟୁରିଟି ୱିଙ୍ଗରୁ ବାହାରିଲେ ୩୨ ପଜିଟିଭ

ଭୁବନେଶ୍ୱର: ରାଜଧାଦୀରେ ଦିନକୁ ଦିନ କରୋନା ସଂକ୍ରମଣ ଶୀର୍ଷକୁ ଉଠୁଛି । ଆଜି ପୁଣି ଭୁବନେଶ୍ୱରରୁ ୨୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚନ୍ଦକା ଅଂଚଳରେ ଥିବା ଏକ ବିସ୍କୁଟ କାରଖାନାରେ ୨୮ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୁଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଂଟାଇନ୍ ସେଂଟରୁ ୧୫୩ ଅଛନ୍ତି । କିଟ୍ ପରିସରରୁ ୧୧ ଜଣ, ରିଜର୍ଭ ପୁଲିସ କଲୋନିରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୪୨ ଜଣ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଚନ୍ଦ୍ରଶେଖରପୁରରୁ ୫ ଜଣ, ଚନ୍ଦ୍ରଶେଖରପୁର ଏଚ୍‌ବି କଲୋନି, ୟୁନିଟ-୮ରୁ ୪ ଜଣ ଲେଖାଏଁ, ଖାରବେଳ ନଗର, ରସୁଲଗଡ଼, ଭିଏସ୍‌ଏସ୍ ନଗରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ଭୁବନେଶ୍ୱରରୁ ଆଜି ମୋଟ ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସୁସ୍ଥ ସଂଖ୍ୟା ୪୨୧୯ରେ ପହଂଚିଛି । ଏଥିସହ ୭୦୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୨୭୫୪ ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.