Latest Odisha News

BREAKING NEWS

ଏୟାର ଆମ୍ବୁଲାନ୍ସରେ ଜର୍ମାନୀ ପହଂଚିଲେ ରୁଷ ବିପକ୍ଷ ଦଳର ନେତା ନାଭେଲନୀ

ମସ୍କୋ:ରୁଷ ବିରୋଧୀ ଦଳର ନେତା ଏଲେକ୍ସି ନାଭେଲନୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଜର୍ମାନୀ ନିଆଯାଇଛି । ନାଭେଲନୀ ୨ ଦିନ ତଳେ ବିମାନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଚା’ରେ ବିଷ ଦିଆ ଯାଇଥିବା ସନ୍ଦେହ କରାଯାଉଛି । ବର୍ତମାନ ସେ କୋମା ଷ୍ଟେଜରେ ଅଛନ୍ତି । ଜର୍ମାନୀ ପଠାଇବା ପାଇର୍ ରୁଷିଆ ସରକାର ପ୍ରଥମେ ରାଜି ହୋଇ ନ ଥିଲେ ମଧ୍ୟ ଶେଷର ବିଭିନ୍ନ ମହଲରୁ ଚାପ ପଡିବା ପରେ ମତ ବଦଳାଇଥିଲେ। ଏକ ଏନଜିଓ ନାଭେଲନୀଙ୍କୁ ଜର୍ମାନୀର ବର୍ଲିନରେ ସୁରକ୍ଷିତ ପଂହଚିଥିବା କହିଛନ୍ତି ।

ସୂଚନାଯୋଗ୍ୟ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିରଙ୍କୁ ସେ କଡା ସମାଲୋଚନା କରନ୍ତି । ଏପରିକି ସେ ପୁତିନଙ୍କ ଭ୍ରଷ୍ଟାଚର ସମ୍ପର୍କରେ ପ୍ରଥମେ ମୁହଁ ଖୋଲିଥିଲେ ।

Leave A Reply

Your email address will not be published.