Latest Odisha News

BREAKING NEWS

ଇଂଲଣ୍ଡରେ ୨କୋଟି ୫୫ ଲକ୍ଷରେ ନିଲାମ ହେଲା ମହତ୍ମା ଗାନ୍ଧୀଙ୍କ ଚଷମା

ଲଣ୍ଡନ:ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ଚଷମା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଆମେରିକାର ଜଣେ କଲେକ୍ଟର ଏହାକୁ କିଣିଛନ୍ତି । ଇଷ୍ଟ ବିଷ୍ଟଲ ନିଲାମ ହାଉସ ପକ୍ଷରୁ ଏହାକୁ ବିକ୍ରି କରାଯାଇଥିଲା । ଚଷମାର ଚାହିଦା ଥିଲେ ମଧ୍ୟ ଏତେ ଟଙ୍କାରେ ଯିବ ବୋଲି ସେମାନେ ଆଶା କରି ନ ଥିଲେ । ଗୋଲାକାର ଓ ସୁନା ଆଚ୍ଛାଦିତ ଏହି ଚଷମାକୁ ମହାତ୍ମା ଗାନ୍ଧୀଙ୍କୁ ଉପହାର ସ୍ୱରୂପ ମିଳିଥିଲା ।

BjdElectrycity

୧୯୧୦ରୁ ୧୯୩୦ ମଧ୍ୟରେ ଦକ୍ଷିଣ ଆଫ୍ରିକାର ବ୍ରିଟିଶ ପେଟ୍ରୋଲିୟମରେ କାର୍ଯ୍ୟରତ ଚଷମା ବିକ୍ରେତା ଏଣ୍ଡି ଷ୍ଟୋୱକ ଏହି ଚଷମା ଉପହାର ଦେଇଥିଲେ । ଚଷମାକୁ ନିଲାମରେ ନେବା ପାଇଁ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.